STORYMIRROR

DILIP KUMAR SAHOO

Abstract

4  

DILIP KUMAR SAHOO

Abstract

ମାଆ ତାରିଣୀ

ମାଆ ତାରିଣୀ

2 mins
16

ନିସ୍ବ ର ବିଶ୍ବାସ ବିଶ୍ଵ ଜନନୀ

ଜୟଜୟ ଜୟ ମାଆ ତାରିଣୀ।

ଧରା ଧାରିଣୀ ମା ଦୁଃଖ ହାରିଣୀ

ଜଗତ ର ରାଣୀ ମାଆ ତାରିଣୀ।

ପତିତ ଜନଙ୍କ ଦିଗ ବାରିଣୀ

ଜୟଜୟ ଜୟ ମାଆ ତାରିଣୀ।୧!


ଶଙ୍ଖା ସିନ୍ଦୂର ମନ୍ଦାରେ ସଜ୍ଜା

ଘଟଗାଁଆ ରେ ପାଉଛ ପୂଜା

ଜଗତେ ତୁମ ଉଡୁଛି ଧ୍ଵଜା ।

ସୁଖ ଦୁଃଖ ରେ ତୁମକୁ ଧ୍ୟାଇ

ତୁମ ଆଶିଷ ପାଇବା ପାଇଁ

ଧନୀ ଗରିବ କରନ୍ତି ପୂଜା ।

ଭବ ସାଗର ରେ ତୁମେ ତରଣୀ

ଅଭୟ ଦାୟିନୀ ମାଗୋ ଜନନୀ ।

ଜୟଜୟ ଜୟ ମାଆ ତାରିଣୀ

କରୁଣାମୟୀ ମା ଦୁଃଖ ହାରିଣୀ ।୨!


ଭକତ ତୁମ ଭାରି ନିଜର

ଡାକ ଶୁଣିତ ଦିଅ ଉତ୍ତର

ଦାଉ ଧକା କୁ ଦିଅ ଦୂରେଇ ।

ବେଳ ଅବେଳେ ହୋଇ ଗୋ ସାହା

ବତାଇ ଦିଅ ତୁମେତ ରାହା

ଆଗକୁ ଆଗ ଚାଲିବା ପାଇଁ ।

ମମତାମୟୀ ଗୋ ଦେବୀ ଭବାନୀ

ସର୍ବ ମଙ୍ଗଳା ଗୋ ଶିବା ଶିବାନୀ।

ଜୟଜୟ ଜୟ ମାଆ ତାରିଣୀ

କରୁଣାମୟୀ ମା ଦୁଃଖ ହାରିଣୀ ।୩!


ଭକ୍ତ ବତ୍ସଳା ନଡ଼ିଆ ପ୍ରିୟ ‍

ଭବ ଯାତନା ଦୂରେଇ ଦିଅ

ଅଭାବ ସବୁ ଯାଏ ଉଭେଇ।

ତୁମ ପାଦୁକ ବେଲ ପତର

ପାଖରେ ଥିଲେ ତୁମ ସିନ୍ଦୂର

ଡର ଭୟତ ରହେନି କାହିଁ

ମହିମା ମୟୀ ଗୋ ଦୁଃଖ ଦଳିନୀ

ସ୍ନେହମୟୀ ମାଆ ସୁଖ ଦାୟିନୀ।

ଜୟଜୟ ଜୟ ମାଆ ତାରିଣୀ

କରୁଣାମୟୀ ମା ଦୁଃଖ ହାରିଣୀ ।୪!


ଜୀବନ ପଥ ନୁହେଁ ସୁଗମ

କାଳର ଭ୍ରମ ଭାରି ବିଷମ

ଆଶା ନିରାଶା ବାଦ ବିବାଦ

ଥିଲେ ମା ତୁମ ଅମୃତ ଦୃଷ୍ଟି

ସଦା ସୁନ୍ଦର ଲାଗେ ଏ ସୃଷ୍ଟି

ଉଛୁଳୁଥାଏ ଜୀବନ ଛନ୍ଦ

କଣ୍ଟାରେ କୁସୁମ ହୁଏ ଛାଉଣୀ

ପାଇଦେଲେ ତୁମ ପାଦୁକ ପାଣି।

ଜୟଜୟ ଜୟ ମାଆ ତାରିଣୀ

କରୁଣାମୟୀ ମା ଦୁଃଖ ହାରିଣୀ ।୫!


ତୁମକୁ ଧ୍ୟାଇ ଜାଳିଲେ ଦୀପ

ତୁମ ନାମକୁ କରିଲେ ଜପ

ଅମା ଅନ୍ଧାର ଯାଏ ଉଭେଇ।

ତୁମ ନାମକୁ ହେଲେ ସୁମରି

କାଳ କରାଳ ଚକାଭଉଁରୀ

ଯାଆନ୍ତି ମାଆ ଦୂରେ ଦୂରେଇ।

ତୁମ ଗାଥା ଗାଏ ବଇତରଣୀ

ଜଗତ ଜନନୀ ବିଶ୍ଵ ପାଳିନୀ।

ଜୟଜୟ ଜୟ ମାଆ ତାରିଣୀ

କରୁଣାମୟୀ ମା ଦୁଃଖ ହାରିଣୀ ।୬!


ଶୋଭା ଅପୂର୍ବ ଶାଳୁଆ ବଣ

ଶାଳୁଆ ବଣେ ଲିଳା ଭିଆଣ

ସକାଳୁ ସଞ୍ଜ ହୁଏ ଗହଳ।

କାହିଁ କୁଆଡୁ ଭକ୍ତ ଆସନ୍ତି

ଦେଖନ୍ତି ତୁମ ପୂଜା ଆଳତି

ମାଆ ମା ବୋଲି ପଡେ ଚହଳ

ସବୁରି ମନକୁ ଯାଇଛ ଜିଣି

ଦୀନ ଦୁଃଖୀଙ୍କୁତ ଆଶିଷ ବୁଣି।

ଜୟଜୟ ଜୟ ମାଆ ତାରିଣୀ

କରୁଣାମୟୀ ମା ଦୁଃଖ ହାରିଣୀ ।୭!


ଚଇତି ଯାତ ଆଷାଢ଼ୀ ପର୍ବ

ଦଶରା ତୁମ ବଡ଼ ପରବ

ହୁଅଇ ହୋମ ହୁଅଇ ଯଜ୍ଞ ।

ଭକ୍ତି ସଙ୍ଗତ ଭଜନ ଗୀତ

ମେଳା ଲାଗଇ ଦିନ ରାତିତ

ଚଉଦିଗରେ ଭାବର ରଙ୍ଗ

ଧୂପ ରେ ମହକେ ମନ ବନାନୀ

କୃପା ନେତ୍ରେ ଚାହିଁ ଥିବ ଜନନୀ।

ଜୟଜୟ ଜୟ ମାଆ ତାରିଣୀ

କରୁଣାମୟୀ ମା ଦୁଃଖ ହାରିଣୀ ।୮!



ಈ ವಿಷಯವನ್ನು ರೇಟ್ ಮಾಡಿ
ಲಾಗ್ ಇನ್ ಮಾಡಿ

Similar oriya poem from Abstract