STORYMIRROR

Bidyadhar Mantry

Abstract Others

4  

Bidyadhar Mantry

Abstract Others

ମା' ପରି କିଏ ହେବ!

ମା' ପରି କିଏ ହେବ!

2 mins
24


ମନେ ପଡେ ସେଇ ପିଲା ଦିନ, ଶୈଶବ ର କଥା

ବିତି-ଥିବା,ମା ପଣତ ଭିତରେ ରଖି ନିଜ ମଥା

ଖରା,ବର୍ଷା ,ଧୂଳି,ଧୂଆଁ ରୁ ରକ୍ଷା ପାଇଁ ମା ର ପଣତ

ଖାଇ ସାରି ଓଦା ହାତ ପୋଛା ପାଇଁ ମା ର ପଣତ

ବାପାଙ୍କ କଡା କଥା ଓ ମାଡ଼ ପାଇଁ ମା ର ପଣତ

ମା ଗାଳି, କାନ ମୋଡ଼ିଲା ପରେ ବି ମା ର ପଣତ

ମା ଶବ୍ଦର ଉଚ୍ଚାରଣେ କୁହୁକ ବି ଅଛି

ଭୁଲିହୁଏ ସକଳ ଯାତନା ଓ ଦୁଃଖ

ଥରେ ମା ଡାକ ଉଚ୍ଚାରଣ କଲେ ବା ହେଲେ

ଅନ୍ତର ରୁ କିଛି ଆଶ୍ଵସନା ଆସେ

ଯେବେ କଥା କହିବା ଆରମ୍ଭ

ଉଚ୍ଚାରଣ ମା',ପ୍ରଥମ ଚିହ୍ନା ମୁଁହ ମା'

ଦୁଃଖ କଷ୍ଟ ଆସିଲେ ବି ମା'ଉଚ୍ଚାରଣ

ଚାଲୁ ଚାଲୁ ଝୁଣ୍ଟି ଗଲେ,ମା'

ଦୁଷ୍ଟ ହେଲେ ମାଡ଼,ମାଡ଼ ଖାଇଲେ ବି ,ମା'

ଅଜାଣତରେ କିଏ ମାଡ଼ ଦେଲେ,ମା'

ଅକସ୍ମାତ୍ ବିପଦ,ଦୁର୍ଘଟଣା ସମୟର ବି ମା'

ସ୍ଵତଃ ପ୍ରବୃତ୍ତ ଭାବେ ଅନ୍ତର ରୁ ଆସେ

ମା',ମା', ଓ ମା',ଥରକୁ ଥର ବାରମ୍ବାର ।

ମା ' ର ମମତା ହିଁ ଉଚ୍ଚାରିତ ମା ' ଶବ୍ଦରେ

ସ୍ନେହ ବୋଳା କଥା ହିଁ ରୂପ ନିଏ , ମା'

ହାତ ରନ୍ଧା ଖାଦ୍ୟର ସୁଆଦ ହିଁ, ମା'

ଅସୁସ୍ଥତା ସମୟର ସେବା ଶୁଶ୍ରୁଷା

ରାତି ରାତି ଉଜାଗର ରହି ପାଖ ନ ଛାଡ଼ିବା

ତୁହାକୁ ତୁହା ଭଲ ମନ୍ଦ ପଚାରି ବୁଝିବା

ବାତ୍ସଲ୍ୟ ମମତାର ଅନ୍ୟ ନାମ ହିଁ,ମା' ।

ମା'କହି ନାହିଁ,ମୋତେ ହିଁ ଡାକିବୁ!!

ଦୁଃଖ,ବିପଦ,ଦୁର୍ଘଟଣା ହେଲେ ଓ ଆସିଲେ

ମା'ଶିଖାଇନି,ମୋତେ ସ୍ମରଣ କରିବୁ

ଯେବେ,ହୃଦୟକୁ ଓ ଆତ୍ମାକୁ କଷ୍ଟ ଭାବ ହେଲେ

ତଥାପି କାହିଁକି କେଜାଣି ହୁଏ ଉଚ୍ଚାରଣ

ଏ ମା',ମରିଗଲି ଲୋ ମା', ମା'ଲୋ...

ଆପେ ଆପେ ମା ' ଉଚ୍ଚାରଣ ।

ମା'ହିଁ ସାହା,ମା'ହିଁ ଭରଷା,ମା' ହିଁ ଆଶା

ଏମିତି କେହି ନାହିଁ,ଯେ କହିନାହିଁ ,ମା'

ଇତର ଜୀବ ଜନ୍ତୁ ବି ସେଇ ଉଚ୍ଚାରଣ

ମେଁ,ମିଆଉଁ,ହାମା,ହମ୍ବା ଯାହା, ମା ' ଅର୍ଥ ସେଇୟା

ଗାଈ ଗୋଠ ମେଳରେ ବାଛୁରୀ ମା' ଚିହ୍ନି ଦିଏ!!

ଘ୍ରାଣ ଶକ୍ତିରେ ବି ମା ' ର ପରଶ

ବିନା ଶବ୍ଦରେ ,ବିନା ଉଚ୍ଚାରଣରେ ବି ମା' ଚିହ୍ନିବା!

ସବୁଠାରୁ ପୁରୁଣା ଆଶ୍ଚର୍ଯ୍ୟ ।

ହାତରନ୍ଧା ଖାଦ୍ୟ ସଭିଙ୍କୁ ଖୁଆଇ

ଆଉ ଦେବିକି! କଣ ଦରକାର! ତୁହାଇ ତୁହାଇ

ଘରେ ଖାଉଥିବା ସବୁ ସଦସ୍ୟଙ୍କୁ

ସବୁଠୁ ସାନ ପିଲାକୁ ହାତରେ ଖୁଆଇ

ଶେଷ ପର୍ଯ୍ୟାୟରେ ଖାଦ୍ୟ ଥିଲେ ହିଁ ଖାଇବ

ନ ଥିଲେ ବି ପାଣି ପିଇ,ଖାଦ୍ୟ ଖାଇଲି କହିବ ।

କଥାରେ ବି ଅଛି,ମା' ନାହିଁ ତ ସାହା ନାହିଁ!!

ଅକ୍ଷରେ ଅକ୍ଷରେ ସତ୍ୟ

ମା ' ବିନା ଘର ଖାଲି ଖାଲି, ଅସଜଡା

ମା ' ନ ଥାଇ ବଞ୍ଚିବା ର ଅନୁଭୁତି

ମା ' ହରେଇ ବଞ୍ଚିଥିବା ପିଲାଙ୍କ ମୁହଁରୁ

ଶୁଣିଲେ ଲୁହରେ ଭିଜି ଯିବ କେବଳ ଆଖି ନୁହେଁ

ହୃଦୟ ବି ଭାସିଯିବ ଲୁହର ସ୍ରୋତରେ ।

ସର୍ଵଂସହା, ଧରିତ୍ରୀ ବି ଆମ ମା '

ସବୁ କିଛି ସହୁ ଅଛି ,କିଛି ପ୍ରତିରୋଧ ନାହିଁ

ଫଳ, ଫୁଲ ସହିତ ଖାଦ୍ୟ ଶସ୍ୟ ର ଭଣ୍ଡାର

ନଦୀ ବିଲ ବଣ ପାହାଡ ଝରଣା

ସମୁଦ୍ର ବେଳା ଭୂମିର ଅପୂର୍ବ ସୁଷମା

ତା ' ବକ୍ଷରେ ଖେଳ କୁଦ ନାଚ ବି ହେଉଛି

ଶସ୍ୟ ଉତ୍ପାଦନ ପାଇଁ କର୍ଷଣ ଥରେ ନୁହଁ ଅହରହ

ମାଟି ମା ' ଆମର ସରଗ ଠୁ ବଳି!

ଜନନୀ ଓ ଜନ୍ମଭୂମି ସ୍ବର୍ଗ ଠାରୁ ବଡ଼

ମା ' ନାମର ନାହିଁ ପଟାନ୍ତର        

ଚିର-ଋଣୀ ଜନ୍ମ ଜନ୍ମ୍ମାନ୍ତରେ

ନିହାତି ଅପ୍ରିୟ ସତ୍ୟ ଯୁଗ ପରେ ଯୁଗ

ଆକସ୍ମିକ ବିପର୍ଯ୍ୟୟ ,ଦୁର୍ଘଟଣା,ବିପଦ ସୂଚନା

ଦୁଃଖ ଆଉ ଭୋକ ସମୟରେ

କିଛି ଭାବିବା ଆଗରୁ,ଆପେ ଆପେ ମା'ଉଚ୍ଚାରଣ

ଅଝଟ ହେଲେ ମା କହେ ମୋ ଧନ,ମୋ ସୁନା

ସେମିତି ହୁଅନା, ସୁନା ପିଲା ମୋର

ଲୁହ ଧାରେ ତରଳେ ହୃଦୟ

ଦୁଷ୍ଟାମି ର ପରିସମାପ୍ତି ହୁଅଇ,ମା ଆଖିର ଲୁହରେ

ସେହି ସୁନା,ଧନ କଥା ଅନ୍ୟର ମୁଖରେ

ପାଏ ନାହିଁ ଶୋଭା,ଯେତେ ବି ଗେହ୍ଲାରେ କହିଲେ

ମା ପରି ହେବ କିଏ!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract