STORYMIRROR

Er. Prakash Majhi

Abstract Inspirational Others

3  

Er. Prakash Majhi

Abstract Inspirational Others

କବି ଓ କବିତା

କବି ଓ କବିତା

1 min
462

କବିତା ଗୋ ତୁମେ କବି ହୃଦୟର

ମୁଗ୍ଧ ମଧୁର ଭାଷା

ପାଠକ ହୃଦୟ ମଣି ମଞ୍ଜୁଳ

ଉର୍ମିଳ ନୀଳ ଆଶା      ।।

ରସିକ ପରାଣ ଚପଳ ଛନ୍ଦାଗୋ

ରୂପସୀ ରଜନୀ ଗନ୍ଧା

ଅଳସୀ ପାଦର ବିଳାସୀ ନୂପୁର

ଦୀପ୍ତ ଚରଣ ଛନ୍ଦା       ।।

ସାହିତ୍ୟ କାନନ ମଧୁକ୍ଷରା ତୁମେ

ମୋହିନୀ ଚନ୍ଦ୍ର ଲେଖା

ଲାଵଣ୍ୟ ଲତିକା ମଧୁ କଳିକା ଗୋ

ଲାସ୍ୟମୟୀ ହାସ୍ୟ ରେଖା    ।।

ଯା ଲୀଳା ମଞ୍ଜୁଳ ଉତ୍ସବ ରୋଳ

ଉଲ୍ଲାସ ମୋଦ ଭରା

ରସ ଆସ୍ବାଦନ କାବ୍ୟ ପୀୟୂଷର

ପ୍ରଜ୍ଞା ର ଫଲ୍ଗୁ ଧାରା        ।।

ତୁମେ ଅନୁପମା ସୌମ୍ୟ ସୁଷମା

ଛନ୍ଦ ଭରା ରୂପାୟନ

ଜ୍ଞାନ ବଇଭବ କାବ୍ୟ ଲିପିକାର

ଉଆଁସ ତିମିରେ ଜହ୍ନ       ।।

ନନ୍ଦନ ବନର ଚନ୍ଦନ ଧାରା

ଜ୍ଞାନ ରସାୟନ ପୋଥି

ବାଣୀ ଵିପଣିର ରୂପ ରୋଷଣିର

ମାଧୁର୍ଯ୍ୟ ମହକ ଦ୍ୟୁତି      ।।      

ଭାବ ପୀୟୂଷର ନବୀନ ଉନ୍ମେଷ

ଚେତନାର ଅନୁଭୂତି

ମୁଗ୍ଧ ଚିତ୍ରକଳା ଜ୍ଞାନ ରତ୍ନମାଳା

ପ୍ରଜ୍ଞା ମୟୀ ଅରୁନ୍ଧତୀ      ।।

ମୂର୍ଛିତ ମନ ମୁଗ୍ଧ ନୟନ

ଲୁବ୍ଧକ ଅପଘନ

ବିଦଗ୍ଧ କାନନ ମଣି କାଞ୍ଚନ

ସାରସ୍ବତ ଜ୍ଞାନାଞ୍ଜନ       ।।

ଛନ୍ଦ ରୁଚିର ମଧୁମୟ ଝର

ମୂର୍ଛନା ର କଳଗୀତି

ଜ୍ଞାନ ତପୋବନ ମୁଗ୍ଧ ସମ୍ମୋହନ 

ମଧୁ ଚନ୍ଦ୍ରିକାର ସ୍ମୃତି        ।।

କବି ଓ କବିତା ବିଶ୍ବମନ ଜିତା

ପାରିଜାତ ଭରାବାସ

ଶବ୍ଦରେ ଶବ୍ଦରେ ଗଢ଼ିଲ କବି ହେ

ସୃଷ୍ଟିର ଇତିହାସ         ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract