STORYMIRROR

Er. Prakash Majhi

Abstract Children

4  

Er. Prakash Majhi

Abstract Children

ବିଜୁଳି କନ୍ୟା

ବିଜୁଳି କନ୍ୟା

1 min
224


ବିଜ୍ଞାନୀ ଋଷିର ଜ୍ଞାନର ତପସ୍ୟା

ବିଦ୍ୟୁତର ଆବିଷ୍କୃତ

ମହାଶକ୍ତିମୟୀ ବିଜୁଳିର କନ୍ୟା

କରିଛି ସକଳ ଶକ୍ତ। (୧)


ଭୋଜବଂଶ ସିଏ ଅବତଂଶ ରାଜା

କରିବାକୁ ସେ ବିନାଶ

ବିଜୁଳି କନ୍ୟାର ସ୍ତପୀକୃତ ଶକ୍ତି

ହସ୍ତଚ୍ୟୁତ ହୋଇ କଂସ। (୨)


ଆଧୁନିକ ବିଶ୍ୱ ଅନନ୍ତ ଶକ୍ତିରେ

ପାଲଟି ବିଦ୍ୟୁତ ଯୁଗ

ଗମନାଗମନ ବହୁ ସଂକୁଚିତ

କ୍ଷଣେ ଲଭେ ଯୋଗାଯୋଗ। (୩)


କଳା ମେଘ କୋଳେ ବିଜୁଳିର ଲୀଳା

ଧରି ଆଣିଲା ବିଜ୍ଞାନୀ

ଅଷ୍ଟାଦଶ ଶତେ କରିଣ ସନ୍ଧାନ

ବ୍ରେଞ୍ଜାମିନ ଫ୍ରାଙ୍କଲିନ। (୪)


ଫାରାଡେ ଓ ଟେସ୍କୋ ଉଦ୍ଭାବନ ଦାନ

ଜେନେରେଟର ମୋଟର

ପ୍ରଖର କରିଣ ବିଦ୍ୟୁତର ସ୍ରୋତ

ବିଶ୍ୱଗତି କଲେ ସ୍ଥିର। (୫)


ଅଥଳର ଜଳୁ ଘୁର୍ଣ୍ଣନ କରାଇ

ଟରବାଇନ୍ କରି ଦ୍ରୁତ

ଡାଇନାମୋରରେ ତା'ର ସଂଯୋଗରେ

କରି ଉତ୍ପାଦ ବିଦ୍ୟୁତ। (୬)


ସ୍ୱାସ୍ଥ୍ୟ, କୃଷି, ଶିଳ୍ପ ବିଳାସ ବିକାଶ

ସାଜି ଘରେ ଶ୍ୱାସ ବାୟୁ

ସ୍ୱପ୍ନ ସମ୍ଭାବନା ବିଶ୍ୱ ମାନବର

ବିଜୁଳି ଆମର ଆୟୁ। (୭)


ବରୁଣ ପବନ ଅଗ୍ନି ସୂର୍ଯ୍ୟ ସମ

ଆଲୋକ ଜଳ ପ୍ରଦାନ

ଅପଥ ପଥର ସନ୍ଧାନ କରଇ

ବିତରେ ମନୋରଞ୍ଜନ। (୮)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract