STORYMIRROR

ବିଜୟ କୁମାର ନାୟକ

Abstract

3  

ବିଜୟ କୁମାର ନାୟକ

Abstract

ଭିଜା ଭିଜା

ଭିଜା ଭିଜା

1 min
185


ଭିଜି ଭିଜି ଗଲି ଦୁଇ ଭୂଜ ଖୋଲି

ଭୋଜ୍ୟ ଦେଲା ସତେ ବରଷା ରାଣୀ...

ଭାଵନା ଭବନେ ଭାବୁ ଭାବୁ ବସି,

ପଡ଼ୁଥିଲା ଭରା ଆକାଶୁ ପାଣି....।।୧।।


ଓଦା ଓଦା ହେଲା ମନ ଆଉ ଦେହ,

ଉଦଧି ମନର ଆଦ୍ରେ ଅଧୀର.…

ଉଡ଼ି ଉଡ଼ି ବୁଡ଼ି ହୋଇ ଆନମନା,

ବ୍ୟାକୁଳିତ ପ୍ରାଣ ଝରାଏ ନୀର.....।।୨।।


ଆପାଦ ମସ୍ତକ ହେଉଥିଲା ଆଦ୍ର,

ଜ୍ଵଳନ ଶିଥିଳେ ପ୍ରଶମୁଥିଲା...

ତିନ୍ତି ତିନ୍ତିି ଉଷ୍ମ ହେଉଥିଲା ଭସ୍ମ,

ମାଧୁରୀ ବାସନା ଅପସରିଲା....।।୩।।


ପାଖା ପାଖି ଆଖି ହେଲେ ଦେଖା ଦେଖି,

ଜଳରେ ଜ୍ଵାଳାକୁ ଭସାଇ ଦେଇ...

ବରଷା ରାଣୀକୁ ନିରେଖି ଚାହିଁଲି

ଛମ୍ ଛମ୍ କରି ନାଚି ଓ ଗାଇ....।।୪।।


ଅଶ୍ୱିନ କାକର ଅବା ବରକୋଳି,

ଟୋପା ଟୋପା ଗଲା ଅଜାଡ଼ି ହୋଇ...

କାଶତଣ୍ଡି ପରି ଢଳି ଢଳି ଝୁଲି,

ବାସନ୍ତୀ ପବନ ଦେଲା ବାଡ଼େଇ....।।୫।।


ମନ ମୋ ଭରିଲା, ହୃଦୟ ଥରିଲା,

ଆଲୁରୁ ବାଲୁରୁ,ଦୋ ଦୋ ପଞ୍ଚା....

ଫି ଦିନେ ନୁହେଁ ଭିଜିବା ର ମଜା

ଶରତେ ପୀରତି ଅଲଣା ସିଞ୍ଚା..…...।।୬।।


ଅଲଣା, ହେଉ କି ନୁଛୁଣା ମୋ ପାଇଁ,

ଶୁଣିବିନି କାହା ନୁଖୁରା କଥା....

ମନ ଭରିଯିବ ତୃଷ୍ଣା ମେଣ୍ଟିଯିବ,

ପୂରିଯିବ ଆଜି ଅଦିନ ବ୍ୟଥା......।।୭।।


ଫିସ୍ ଫିସ୍ ଟୋପା, କସ୍ ମସ୍ ଦେହ,

ଅଙ୍ଗାଅଙ୍ଗୀ ଭାବେ ହେବେ ଜଡ଼ିତ...

କୋଳା କୋଳି ହେବେ ଅନିନ୍ଦ୍ୟ ମିଳନେ

ପ୍ରସ୍ଫୁଟିତ ହେବ ଋତୁ ଶରତ....।।୮।।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract