STORYMIRROR

ବିଜୟ କୁମାର ନାୟକ

Abstract

3  

ବିଜୟ କୁମାର ନାୟକ

Abstract

ମୃତ୍ୟୁ ତୁମେ......

ମୃତ୍ୟୁ ତୁମେ......

1 min
212


ମୃତ୍ୟୁ ତୁମେ କେବେ ଆଗନ୍ତୁକ,

 ବିନା ନିମନ୍ତ୍ରଣେ ସାଜ ଆଗତ ଭିକ୍ଷୁକ ।


ଛଳନା, ପ୍ରବଞ୍ଚନା ର ପ୍ରଗାଢ଼ ରକ୍ଷକ,

 ମାତୃତ୍ଵ, ରକ୍ଷାସୁତ୍ର ର ସରଳ ଭକ୍ଷକ ।


ଶୋଣିତ ଖଡ୍ଗ ରେ ସାଜ ସମ୍ପର୍କ ଛେଦକ,

ଛେଦି ଚାଲ ମାୟା ଜାଲେ, ମାୟା ବିତରକ।


ମାୟା ଲଜ୍ଜା ସ୍ନେହ ପ୍ରେମ ପ୍ରେମିକା ପ୍ରେମିକ,

କ୍ଷଣେ ଭକ୍ଷ ପ୍ରାଣବାୟୁ ଅମୃତ ରୋଚକ।


ରାଜା ରଙ୍କ ସବୁ ପରା ତବ କ୍ରୀଡନକ,

ଅବଶ୍ୟ ଅବାଧ୍ୟ ତୁମେ କ୍ରୁର ପଳାତକ।


ଶୈଶବ ବୁଝନା ତୁମେ ଅବା ସେ ଯୁବକ,

ଅବା ପୌଢ଼ ଅର୍ଦ୍ଧାୟୁ ସେ ତୁମରି ଗ୍ରାହକ।


କପୋରକଳ୍ପିତ ନୁହଁ ନୁହଁଇ ରଞ୍ଜକ

ସତ୍ୟ ତୁମେ ତୁମ ପଥେ ନାହିଁ କେ ବାଧକ।


 ଧ୍ରୁବ ସତ୍ୟ ସତ୍ୟାଗ୍ନୀ ରେ ସଂଲଗ୍ନ ସାଧକ

ମହାକାଳ ମହାଜ୍ଞା ରେ ରଜ୍ଜୁ ର ପାଳକ।


ବିନଷ୍ଟ ହୁଅନ୍ତି ପ୍ରାଣୀ ତେଜିଣ ଭୂଲୋକ,

ମହାପ୍ରୟାଣ ମୋକ୍ଷାର୍ଥେ ଯିବେ ଆନଲୋକ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract