STORYMIRROR

ବିଜୟ କୁମାର ନାୟକ

Romance

3  

ବିଜୟ କୁମାର ନାୟକ

Romance

ପ୍ରତୀକ୍ଷା

ପ୍ରତୀକ୍ଷା

1 min
234


ଭିଜା ଭିଜା ରଜନୀ ରେ ତୁମ ସେଇ ଦ୍ରୃଷ୍ଟାମି

ମନେପଡ କାନ୍ତ ଆଜି, ମନ ବୋଲ ମାନୁନି


ଇତସ୍ତତଃ ଖୋଜିବୁଲେ କାଳେ ଆସିଗଲଣି

ପାଗଳୀ ଟା ନିରୁଦ୍ଦିଷ୍ଟ, ଆଜିହୁଏ ବାୟାଣୀ


ଭାରକ୍ରାନ୍ତ ମନେହୁଏ ତନୁ,ମନ ଯୌଵନ

ହୁତୁହୁତୁ ଜଳେ ଆଜି ଅଙ୍ଗେଅଙ୍ଗେ କମ୍ପନ


ଫେରିଆସ ଅବା ଦିଅ ପ୍ରୀତିସୁଧା ସିଞ୍ଚାଇ

ଜାଳନାହିଁ ସରାଗ ରେ, ହୁତୁ ହୁତୁ ଜଳଇ


ନିମିଷେ ନିମିଷେ ଲାଗେ ଶତଯୁଗ, ଦଶନ୍ଧି

ଡେଇଁ ଯିଵି ସତେ ଆଜି ରୂପାୟିତ ପରିଧି


କଳ୍ପନା ରେ ଜଳ୍ପନା କୁ ଦିଅ ଟିକେ ମିଶାଇ

ତୋଳିନିଅ ଵାହୁଵନ୍ଧେ ମଦାଳସା ଲୁଚାଇ


ଅଛି ମୁଁ ଵି ନିଶାରେ ଆଉ ତୁମେବି ନିଶାରେ,

ମିଶିଯିଵା ଆସ ଆଜି ନିତ୍ୟ ଏକାନ୍ତରେ.. ବିଜୟ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance