STORYMIRROR

ବିଜୟ କୁମାର ନାୟକ

Abstract

2  

ବିଜୟ କୁମାର ନାୟକ

Abstract

ମାନଦଣ୍ଡ

ମାନଦଣ୍ଡ

1 min
156

ପ୍ରଦୋଷ ପ୍ରତ୍ୟୁଷ କଲେ ଉପହାସ

ବିଚରା ରବି ବେହୋସ

ଯଶ ଅପଯଶ ଉଦାହରଣ ରେ

ବଳିଖାଏ ସର୍ବନାଶ


ସର୍ତ୍ତ ରଖି ସତ୍ୟ ମିଥ୍ୟା କୁ ଉପେକ୍ଷି

ନ୍ୟାୟ ଟା ପାଉଛି ଦଣ୍ଡ

ମୋକ୍ଷ ଆହୁତିରେ ତ୍ୟାଗ ଆତ୍ମାହୁତି

 ଜୀବନର ମାନଦଣ୍ଡ


ଅହେତୁକ ଈର୍ଷା ପାଲଟିଛି ନିଶା

ଭିଡ଼ୁଛି ଅଣ୍ଟାରେ ମାୟା

ଅଶରିରୀ ସାଜେ ଅଭିସାର ବେଶ

ପ୍ରତିକ୍ଷଣେ ନବ କାୟା


ଅନୁସନ୍ଧିତ୍ସୁରେ ଆସ୍ଫାଳନ ଆଣେ

ଅଭିଲୀପ୍ସା ଅନାବିଳ

ଅନ୍ତରୀକ୍ଷେ ସତେ ଅନ୍ତର ବେଦନା

ମାତୃକା ସ୍ନେହ ମଙ୍ଗଳ


ଅୟମାର୍ଧ୍ୟେ ଥିଲା ସତସିଂହ ବଳ

ଛାଗଳ ଡରାଏ ଅଦ୍ୟ

ନିରୁଦ୍ଦୀଷ୍ଟ ଲକ୍ଷ କୋହଭରା ବକ୍ଷ

ଅନାହାରେ ଲୁଚେ ସଦ୍ୟ


ପ୍ରକୃତିସ୍ଥ ହେଉ ପରମାର୍ଥ ପ୍ରେମ

ପ୍ରୀତି ରେ ପ୍ରେରଣା ପଶୁ

ଶତ ଦୋଷୀ ଖସି ଯାଆନ୍ତୁ ପଛକେ

ନିର୍ଦ୍ଦୋଷ କାରାଗ୍ରୁ ଖସୁ


ଆସ୍ଥାନ ପୂଜାଗ୍ରେ ସତ୍ୟ ପୂଜାର୍ଚ୍ଚନା

ଲାଗିରହୁ ନିରନ୍ତର

ଛଳନା ଯୁଇରୁ ଶ୍ରାନ୍ତ ବିନାଦୋଷୀ

ଶୀଘ୍ର ହେ ହେଉ ଅନ୍ତର । ବିଜୟ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract