STORYMIRROR

ବିଜୟ କୁମାର ନାୟକ

Classics

3  

ବିଜୟ କୁମାର ନାୟକ

Classics

ତୁମ ପାଇଁ ପଦିଏ....

ତୁମ ପାଇଁ ପଦିଏ....

1 min
305

କେମିତି, ଆରମ୍ଭ କରିଵି ଭାବୁଛି, କି ଅବା ଉପମା ଦେବି

କେଉଁଠି ପ୍ରାରମ୍ଭ କେଉଁଠି ସେ ପ୍ରାନ୍ତ? ବଖାଣି କିଵା ପାରିଵି


ଶ୍ରୀ ଗଣେଶ କଲି, ଅନୁମତି ଦିଅ,ରାଗିଵନି ତୁମେ ଜମା

କାଳିଦାସ ପରି,ଶ୍ରାପ ଯେ ନେବିନି, କରିଦେଵ ପୁଣି କ୍ଷମା


ଶ୍ରୀ ମୁଖ ନୁହେଁ ସେ,ସ୍ବଚ୍ଛ ଦର୍ପଣଟେ ପ୍ରତିଵିମ୍ଵେ ଲକ୍ଷେ ହୀରା

ଵେନି ନୟନରୁ ଜ୍ୟୋତି ଝଲସଇ ସତେ କି ସେ ରାଧା, ମୀରା


ଭ୍ରୂଲତା ନୁହଁ ତ ଭ୍ରମର ଉଁଆସ ଭ୍ରମି ଭ୍ରମି ଯାଏ ପଥ

ଚାହାଣି ନୁହଁ ସେ ଚଗଲା ପବନ କରୁଥାଏ କକ୍ଷଚୂତ


ରକ୍ତିମ ଓଷ୍ଠ କୁ ଶ୍ବେତଦନ୍ତ ପୁଣି ଜିହ୍ୱା କରେ ଲାଳାୟିତ

ଇଚ୍ଛାହୁଏ ସତେ ଛୁଇଁ ଦେବି ଟିକେ, ଲାଜେହୁଅ ଇତସ୍ତତଃ


ନାସାଗ୍ରେ ତୁମ୍ଭର ଛୋଟ କଳାଜାଇ ଦ୍ୱିଗୁଣିତ କରେ ଧୈର୍ଯ୍ୟ

କାଉଁରି କୁହୁକେ ଗଢା ତୁମେ ଅଵା ନୁହେଁ ଗଢା ରକ୍ତ ବୀର୍ଯ


ଗାଲ ନୁହଁ କିବା ଶ୍ବେତ କଣିକାରେ ଗଢ଼ା ସେ ଦୁଇ ପଦାର୍ଥ

ଚୂମ୍ଵନେ ସତେ ସେ ମଳିନ ହୋଇବ, ନୁହେଁ ସେତ ପାରିଜାତ


କର୍ଣଦ୍ବାର ଦେଶେ କୁଣ୍ଡଳ କଵଜ ଅବା ନୃତ୍ୟରତା ଶିଖୀ

କେଶନୁହଁ ସିଏ କଳାମେଘ ବାରି ପାରେନି ଜମା ପରଖି


ସୀମନ୍ତ ନୁହଁସେ ସୀମାନ୍ତ ସତେକି ସୌନ୍ଦର୍ଯ୍ୟ ନଗରୀ ମୁଖେ

ଋଦ୍ଧିମନ୍ତ ହୋଇ ଧାବମାନ ବେଗେ ମୁଁ ଅବା କବିତା ଲେଖେ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics