କଲମ
କଲମ


ଲେଖିବା ଛାଡ଼ିନି, କଲମ ହଜିନି
ସମୟ ପାରୁନି ଦେଇ,
ଭାବନା ରାଇଜୁ ଯାଇନି ଦୂରେଇ
ଭାବୁନି ପାରିବି କହି ।
ନିଅଣ୍ଟ ସମୟ ନ ଅଣ୍ଟେ ପହର
ପାରୁନି ମୁଁ ତାଳ ଦେଇ,
ତାହା ଅର୍ଥ ନୁହଁ ଲେଖା କି ଲେଖନୀ
ଯିବ ମୋ ଠାରୁ ଦୂରେଇ ।
ମାଆଙ୍କ ମହିମା ବାପାଙ୍କର ଦାନ
ଏ ଅଟେ ପ୍ରଭୁଙ୍କ ଲୀଳା,
ଦି ଦିନ ଜୀବନ ମଝିରେ ଫି ଦିନ
ପଡ଼ିନି ମନରେ ତାଲା ।
ଜାଣିଛି କି ପାଇଁ କହି ମୁଁ ପାରୁନି
ହେବ ଯଦି ମିଳୁ କ୍ଷମା,
ଆସିଲେ ସମୟ କାଢିବି କଲମ
ଦୋଷ ଏ ଦିଅନା ଜମା ।