STORYMIRROR

suvendu Meher

Abstract

3  

suvendu Meher

Abstract

ଚା କପ ରେ ତୁମେ

ଚା କପ ରେ ତୁମେ

1 min
190

ଯେତେବେଳେ

ନିଆଁ ଉପରେ ପାଣି ଫୁଟୁଥିଲା 

ମୋ ହୃଦୟର

ମୁଁ କାର ଓ ଅଧିକାର 

ମୋତେ ଅଧିକ ଆନ୍ଦୋଳିତ କରୁଥିଲା ।


ତତଲା ପାଣିରେ

ଯେବେ ଚା'ପତି ଓ ଚିନି ମିଶିଲା

ଭାବିନେଲି,

ଶୀତ ରାତିର ଉଷୁମ ପରସେ

ମୋ ପର୍ଣ୍ଣ କୁଟୀର ମଧୁମୟ ହେଲା ।


ଯେବେ ଚା କୁ ଛାଣି

କପ ରେ ପୁରାଇ ଦିଆଗଲା 

ଲାଗିଲା ଯେମିତି,

ତମ ମୋ ଭିତରର

ସମ୍ପର୍କରେ ଥିବା ସନ୍ଦେହ ସବୁ

ଦୁରୀଭୂତ ହେଲା ।


ହୃଦୟତାର ସହ

ଅତି ସନ୍ତର୍ପଣେ ଆସି

ଚା କହି

ଯେବେ କପ ଟି ସମର୍ପିଲ

ବୁଝିନେଲି 

ସମଗ୍ର ପୃଥିବୀ ଟି ମୋର ବୋଲି ।


କପ ଟି ହାତରେ ଧରି ଦେଖିଲି

ଚା କପ ର

ତତଲା ଚା ରେ

ଗୋଲାପି ଅଧରେ

ତୁମ ଗୋଲାକାର ମୁହଁକୁ ଦେଖିଲି ।


ଯେବେ ଓଠରେ ସ୍ପର୍ଶ କଲି

ମୋ ମରୁଭୂମିରେ

କଅଁଳିଲା ଘାସ

ପାଇଲି

ତୁମ ଓଠର ସ୍ପର୍ଶ

ଦେହର ସୁବାସ 

ତେବେ ତ ମୁଁ

ସମଗ୍ର ସାନ୍ନିଧ୍ୟକୁ ଆୟତ୍ତ କରିଲି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract