କବିତା-ସୋନ୍ପୁରିଆ ଚିଠି
କବିତା-ସୋନ୍ପୁରିଆ ଚିଠି
ମୋର୍ ଆଶିର୍ବାଦ୍ ତୋର୍ ଉପ୍ରେ
ସବୁବେଲେ ଅଛେ
ଆରୁ ରହେବା ବି।
ଇ ଥର ଆଏଲେ,
ମଙ୍ଗଲ୍ବାର୍ ହାଟର୍ ଫିତା ଖିର୍ପିନି
ଘିନିଦେମି ଗା ସୁରୁନନୀ
ଜ୍ଞାନଦେଇର୍ ମଲି ଗଜ୍ରା ମାଖିକରି
ବୁଲୁଥିବୁ ବଡ଼୍ ବଜାରୁ ବ୍ଲକ୍ ଛକ୍ ତକ୍ ।
ଚତୁର୍ଭୁଜ ବବାର୍ ମଠା କପ୍ଟା
ଧମ୍ନା ଧଡ଼ିଆ ସଫ୍ଟା ସର୍ସର୍ ଟା ।
ଜୁଉଁତିଆ କେ
ନିଶ୍ଚେ ଘିନିଦେମି ଗା ନନୀ ।
ହଁ, ଶୋର୍ ପଡ଼୍ଲା
ତୁଇ ବଡ଼ା ମନ୍ କର୍ସୁ
ଗୋପୀ ବବାର୍ ଅଁତର୍ କେ,
ହେଟା ବି ଆନିଦେଇଥିମି ।
ହେଲେ ତୁଇ ଆଏବୁ ତ ?
ଆଏବୁ ଗା !
ମତେ ଗୁଟେ ଗୁଟେ କରି
ସବୁ ଶୋର୍ ପଡୁଛେ ଗା ବହେନ୍
ପୁରା ଉଆଁସ୍ର କାଞ୍ଚି କୁଣ୍ଢି, ଲଂକାପୁଡ଼ି ,
ମହିମା ଗାଦି, ପାତାଲି,
ବାଘପାଲି ବଉଲ୍ ଯାତ୍ରା
ଆରୁ କେତେ କାଣା ?
କେନ୍ତା ବୁଲୁଥିଲାଁ ।
ଇ ଥର
ତୁଇ ଆଏଲେ,
ଜୁଉଁତିଆ ଦିନେ !
ସମ୍ଲେଇ ଗୁଡି ଜିମା ,
ସୁଲ୍ହ ଭର୍ନୀର୍ ଗଜା ବଏସିଆ
ପୁରନ୍ଦର ବବା
ଚେପ୍ଟା ଢୋଲ୍କେ ଧରିକରି
କେନ୍ତା ଉତ୍କୁ ଥିସି ମେଛା ମଲ୍କେଇ ଦେଖ୍ବୁ।
ହଁ ହଁ,
ନଦୀର୍ ଝୁରି ଆରୁ ମୁଗ୍ ଦାଏଲ୍
ସବୁ ଆନି ଦେଇଥିମି !
ଜାନ
ିଛେଁ
ହେଟା ତ ତୋର୍ ଯହ ସଉକ୍
ବାକି,
ହେ ସବୁ ତୋର୍ ବହୁର୍ ଭାର୍ ।
ତୁଇ ଆଏଲେ
ଡ଼ଙ୍ଗାଥି ବୁଲ୍ମା,
ଲଙ୍କେଶ୍ୱରୀ,ଖଁଡ଼ିଆ ଦେଉଲ୍ ଜିମା ।
ରାତି ହେଲେ ଇନେ ତ, ସବୁଦିନେ ଯାତ୍ରା
ସବ୍ୟସାଚୀ,ନୀଳମାଧବ୍ ଦେଶ୍ ଖେଲୁଛନ୍
କେତେବେଲେ ବୃନ୍ଦାବନ ବବାର୍
ଭଲିଆ ଟିକା ତ ଆରୁ କେତେବେଲେ
ଶତୃଘନ୍ ଦାଦାର୍ ମହୁଲ ଝାର ।
ଇନେ ତ ବିନ୍ ମନ୍ତର୍ ଥି
ଜଲୁଥିବାର୍ ଲାଲ୍ଟିନ୍ କେ
ପାଏନ୍ ଭିତ୍ରୁ ବେଟି ଆନିଥିଲା
ଫକୀର କକା ।
ହଁ ଆରୁ ଗୁଟେ କଥା !
ଇନେ ପାଠ୍ କେ ସାଠ୍ ଜିତିଛେ ଗା ସବୁବେଲେ,
ମନ୍ତର୍ ଯନ୍ତର୍ ଆଉ ତନ୍ତର୍ ର କଥା
ଇନେ ସବୁ ଘଟୁଥିଲା ବିନ୍ପାଠେ ।
କେନ୍ତା !
ଚମ୍କେଇ ଦେଲା କୁନ୍ଦ୍ରୁ ଦଦା
ସବୁ ତ ଦେଖିଛୁ ତୁଇ ଛୁଆବେଲେ।
ଶଲା ବୁଢ଼ା ବି ହେନ୍ତା
ମିଶ୍ରବାବୁର୍ ବୁଦ୍ଧି ହଜେଇ ଦେଲା
କଚ୍ରି ଶାଲେ ।
ଇ ଜଂଜାଲ୍ ଭିତ୍ରୁ
ମୁକ୍ଲି କରି ଟିକେ ସମିଆ ଦେଲି ,
ବଢେ ଦିନୁ ସଜ୍ ହେବୁ
ମୁଇଁ ନେଇ ଯିବାର୍ କେ
ଗୋଡ଼୍ ଟେକିକରି ଅଛେଁ ।
ରହେଲି ଗା ନନୀ ।