Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lata Behera

Abstract

3  

Lata Behera

Abstract

ଶ୍ରୀଫଳ

ଶ୍ରୀଫଳ

1 min
153



ଶ୍ରୀଫଳ ଅଟଇ ଶୁଭର ସଂକେତ 

    ଲାଗେ ପ୍ରତ୍ୟେକ ପୂଜାରେ

ପୂର୍ଣ୍ଣ କୁମ୍ଭ ଯେବେ ବସା ହେଇଥାଏ

    ଖୋଜା ହୁଏ ସିଏ ଆଗରେ ।

ଯେଉଁ କାର୍ଯ୍ୟ କର ଶୁଭ ଅନୁକୂଳେ

     ସିଏ ଆଗ ଲୋଡା ହୁଏ

ଶୁଭ ଗୁଆ ଯେବେ କାହାକୁ ଦିଅନ୍ତି

     ତାକୁ ଆଗ ଦିଆ ଯାଏ ।

ବିବାହ ବେଳରେ ନିର୍ବନ୍ଧ କାଳରେ

    ପ୍ରଥମେ ତାକୁ ନିଅନ୍ତି 

ପିତ୍ତଳ ଥାଳିରେ ତାହାକୁ ରଖିଣ

     ଲଗନ ପତ୍ର ପଢନ୍ତି ।

ହୋମ କରିଲେ ଶ୍ରୀଫଳ ପୋଡା ଯାଏ

      ତାହାକୁ ସର୍ବେ ଖାଆନ୍ତି 

ଅଗି ପୂର୍ଣ୍ଣିମାରେ ଅଗ୍ନି ଦେବତାଙ୍କୁ 

      ପ୍ରଥମେ ଅର୍ପିଣ ଥାନ୍ତି ।

ଏଇ ଶ୍ରୀଫଳକୁ ବ୍ୟବସାୟ କରି

     ପରିବାର କେ ପୋଷନ୍ତି 

ଶ୍ରୀଫଳ ଗଛକୁ ଲଗେଇଣ କିଏ

     ବିକ୍ରି କରିଣ ଚଳନ୍ତି ।

ଶ୍ରୀଫଳରୁ ଖାଦ୍ୟ ପ୍ରସ୍ତୁତ କରିଣ

     ଦୋକାନୀ ଯେ ବିକ୍ରି କରେ

ଏଇ ଶ୍ରୀ ଫଳକୁ ଦାସିଆ ବାଉରୀ

    ହାତୁ ନେଲେ ପ୍ରଭୁ କରେ ।

ସବୁ ଦେବା ଦେବୀ ହୁଅନ୍ତି ସନ୍ତୁଷ୍ଟ

     ଶ୍ରୀଫଳ ଯେବେ ତ ଥାଏ

ଗ୍ରୀଷ୍ମ ସମୟରେ ଶ୍ରୀଫଳ ପାଣୀକୁ

     ଖୁସିରେ ଯେ ପିଆଯାଏ ।

 ପଣାରେ ଶ୍ରୀଫଳ କୋରିଣ ପକେଇ

     ତାହାକୁ ପାନ କରନ୍ତି 

ନଡିଆରେ ଭୋଗ ପ୍ରସ୍ତୁତ କରିଣ

     ଦେବା ଦେବୀଙ୍କୁ ଅର୍ପନ୍ତି ।

ଶ୍ରୀଫଳରୁ ତେଲ ବାହାର କରନ୍ତି 

    ସିଏ ବଡ ଉପକାରୀ

ଔଷଧୀୟ ଗୁଣ ରହିଥାଏ ଭଲ

    ମୁଣ୍ଡରେ ଲଗାନ୍ତି ନାରୀ ।

ପ୍ରତ୍ୟେକ ପୂଜାର ଭୋଗରେ ସେ ପଡେ

     ବଡ ଦରକାରୀ ସିଏ

ତାରିଣୀ ମା'ଙ୍କ ଅତି ପ୍ରିୟ ମା'

    ଶ୍ରୀଫଳକୁ ଭଲ ପାଏ ।

ମାଆଙ୍କ ନାଆଁରେ ଶ୍ରୀଫଳକୁ ଯେଉଁ 

    ଗାଡି ବାଲାକୁ ଦିଅନ୍ତି 

ଅତି ଆଗ୍ରହରେ କେତେ ଶରଧାରେ 

    ଗାଡି ବାଲା ନେଇ ଯାନ୍ତି ।  

 ଶ୍ରୀଫଳକୁ କେତେ ଭଲ ସେ ପାଆନ୍ତି 

    କହନ୍ତି ନଡିଆ ରାଣୀ

ତୋ ପାଦେ ପ୍ରଣାମ କରୁଛି ଜନନୀ

    ଘଟ ଗାଆଁ ଠାକୁରାଣୀ  ।



Rate this content
Log in

Similar oriya poem from Abstract