ଯୋଡି ମହୁରୀଟି ଆଉ ବାଜୁନି
ଯୋଡି ମହୁରୀଟି ଆଉ ବାଜୁନି
ଯୋଡି ମହୁରୀଟି ଆଉ ବାଜୁନି ବି
ବାଜୁ ନାହିଁ ସାହାନାଇ ।
ଶୁଭ ଲଗନର ଅତୀତର ସ୍ମୃତି
ଯାଏ ଧୀରେ ଲୋପ ହେଇ ।
ଶୁଭ ବିବାହରେ ଲୋଡା ହୁଏ ସିଏ
ଖୁସି କେତେ ଲାଗୁ ଥାଇ
ବର ଯେବେ ଆସେ କନିଆଁ ଘରକୁ
ଦାଣ୍ଡ ଦୁଲୁକେଇ ଦେଇ ।
ଯୋଡି ମହୁରୀର ଶବଦରେ ଗାଆଁ
ଉଠୁଥାଇ ପଡୁଥାଇ
ଶୁଭ ବିବାହର ଶୁଭ କାମନାରେ
ଶୁଭ ସଂକେତଟି ଏଇ ।
ଓଡିଆ ସଂସ୍କୃତି ପରମ୍ପରା ବିଧି
ଶୁଭ ବିବାହରେ ଥାଇ
ଯୋଡି ନାଗରାର ମହୁରୀ ବାଜାରେ
ଜୀବନ ଆରମ୍ଭ ହେଇ ।
ଏ ଯୋଡି ମହୁରୀ ବର କନିଆଙ୍କ
ସମ୍ପର୍କଟି ଯୋଡି ଥାଇ
ଦାମ୍ପତ୍ୟ ଜୀବନ ଆରମ୍ଭ ହୁଅଇ
ଯୋଡି ମହୁରୀକୁ ନେଇ ।
ଏବେ ଏଇ ବିଧି ପରମ୍ପରା ନୀତି
ବିଲୀନ ଯାଇଛି ହେଇ
p>
କିଏ କା ସାଥେ ପଳେଇ ଗଲାଣି କେ
କାହାକୁ ଗଲାଣି ନେଇ ।
ମନ୍ଦିରରେ କିଏ ବିବାହ କରୁଛି
ମଥାରେ ସିନ୍ଦୂର ଦେଇ
ଯୋଡି ମହୁରୀଟି ଆଉ ବାଜୁନିରେ
ଯାଏ ସେ ଘରକୁ ନେଇ ।
ରୀତି ନୀତି ଏଇ ପରମ୍ପରା ବିଧି
ଶୁଭ ବିବାହରେ ଥାଇ
ଯୋଡି ମହୁରୀରେ ବିବାହର ବିଧି
ସବୁ ପୂରା ଥାଏ ହେଇ ।
ମନ ଇଚ୍ଛା ଏବେ ବିବାହ କରନ୍ତି
ପ୍ରଥାଠୁ ଦୂରେଇ ଯାଇ
ଯୋଡି ମହୁରୀ ଆଉ ବାଜୁନି ଇଏ
ଯାଉଛି ସପନ ହେଇ ।
ଆଧୁନିକ ଏବେ ବ୍ୟାପି ସାରିଲାଣି
ଡିଜେ ବାଜା ବାଜୁ ଥାଇ
ଯେତେ ବାଜିଲେ ବି ଯୋଡି ନାଗରର
ସମକ୍ଷକ କିବା ହେଇ ।
ଶୁଭ ବିବାହରେ ଯୋଡି ନାଗରାଟି
ଶୋଭା ସିନା ପାଇ ଥାଇ
ଏବେ ତ ବାଜୁନି ସେ ଯୋଡି ନାଗରା
ଯାଉଛି ଲୁପ୍ତ ସେ ହେଇ ।।