ପିତାର ମନ ଜାଣି କରେ
ପିତାର ମନ ଜାଣି କରେ
ଆକାଶଠୁ ବଡ ପିତା ହେଇଥାନ୍ତି
ପିତାଙ୍କୁ ସନ୍ତୁଷ୍ଟ କଲେ
ସର୍ବ ସିଦ୍ଧି ପ୍ରାପ୍ତ ହେଇଥାଏ ସିଏ
ପିତା ଆଶୀର୍ବାଦ ଥିଲେ ।
ପିତାର ଆଖିର ଟୋପାଏ ଲୁହରେ
ସଂସାର ଉଜୁଡେ ଭଲେ
ଆଖିର ଆଗରେ ଯଶ ସନମାନ
ତଳକୁ ତଳକୁ ଚାଲେ ।
ପିତାଙ୍କୁ ଖୁସିରେ ରଖିଥାଏ ଯିଏ
ତା ଭାଗ୍ୟ ବଦଳି ଯାଏ
ଦୁଃଖ କଷ୍ଟ ତାର ଅଭାବ ପଣଟି
ଆପେ ଦୂରୀଭୂତ ହୁଏ ।
ମନ ଜାଣି ପିତା ସେବା କରେ ଯିଏ
ଭଲରେଟି ରଖି ଥାଏ
ସେଇ ହୃଦୟରୁ ଆଶିଷର ଝର
ଆପେ ଯେ ନିର୍ଗତ ହୁଏ ।
ସେଇ ଆଶିଷରେ ରିଷ୍ଟ କଟିଯାଏ
ଜୀବନ ତା ହସୁଥାଏ
ଯେତେ ଶାନ୍ତିରେ ଯେ ପିତାଙ୍କୁ ରଖିବ
ସେତିକି ଉନ୍ନତି ହୁଏ ।
ମନ ଜାଣି ସେବା କରୁଥାଏ ନିତି
ଖାଇବାକୁ ଦିଏ ସିଏ
ରୋଗରେ ପଡିଲେ ମନ ଜାଣି ତାର
ପାଦ ସେବା କରୁ ଥାଏ ।
ଟିକେ ଅବହେଳା କରେ ନାହିଁ କେବେ
ସୁଯୋଗ୍ୟ ସନ୍ତାନ ସିଏ
ପିତାଙ୍କ ଆଶିଷ କଲ୍ୟାଣ ବଳରେ
ସର୍ବ ସିଦ୍ଧି ପ୍ରାପ୍ତ ହୁଏ ।
ଆଜିର ସନ୍ତାନ ଏତେ ସ୍ବାର୍ଥପର
ଅକୁହା ଯନ୍ତ୍ରଣା ଦିଏ
ଯେଉଁ ପିତା ତାକୁ ଜୀବନଟି ଦେଲା
ତା ପାଇଁ ପିତା ସେ ହୁଏ ।
ବୃଦ୍ଧା ଜରାଶ୍ରମେ ନେଇ ଛାଡୁ ଅଛି
ମୁହଁକୁ ଚାହୁଁନି ସିଏ
ଭୁଲି ସେ ଯାଉଛି ସେଇ ପିତା ତାର
ଜୀବନ ଆଶରାଟିଏ ।
ଯେଉଁ ପୁତ୍ର ପିତା ମନ ଜାଣି ସେବା
କରି ଖାଇବାକୁ ଦିଏ
ଏଇତ ଦୁନିଆରେ ଉତ୍ତମ ପୁତ୍ରର
ଉପାଧିଟି ପାଏ ସିଏ ।
ପିତା ଶାନ୍ତି ହେଲେ ଦେବା ଦେବୀ ଶାନ୍ତି
ସୁଖ ଶାନ୍ତି ପ୍ରାପ୍ତ ହୁଏ
ପିତାର ଅଶାନ୍ତି ମିଳେ ନାହିଁ ମୁକ୍ତି
ସର୍ବସ୍ବାନ୍ତ ହେଇଯାଏ ।