STORYMIRROR

Ranjulata Behera

Abstract Others

3  

Ranjulata Behera

Abstract Others

ମଞ୍ଚାସୀନ ଶରତ

ମଞ୍ଚାସୀନ ଶରତ

1 min
259


ନୀଡ ହୁଡି ଏବେ ନୀଳିମା ନୀରଦ ଲୁଚିଲା ନୀରଧି କୋଳେ

ଚଞ୍ଚଳା ଚପଳା ଚମକ ଚାତୁରୀ ଛପିଲା ଗଗନ ତଳେ ।

ବିକଳେ ବିଳାପ କରୁନି ମାଣ୍ଡୁକୀ ତଡାଗର ତଟେ ତଟେ

ନିଶୀଥ ନିର୍ଜନେ ଝିଙ୍କାରୀର ସ୍ବର ଶୁଭୁନାହିଁ ପାଟ ପଟେ ।


ଶ୍ଯାମଳ ଶଇଳ ସବୁଜ ସମ୍ଭାରେ ବିଭୂଷିତ ବସୁନ୍ଧରା 

ଝର୍ଝର ନିର୍ଝର ସୁପ୍ତ ଲୁପ୍ତ ଗୁପ୍ତେ ସତେ କିବା ପଥହରା  

କାନନେ କାନନେ ମାଧବୀ ମାଳତୀ ଲୋଟି କାଳ ଅପରାହ୍ନେ

ବାସନା ବିହୁନେ ଅର୍ଘ୍ଯଥାଳୀ ଘେନି ଆରେକର ଆଗମନେ ।


ଦିଶି ଦିଶି ଦିଶେ ଶୁଭ୍ର ଶୋଭାମୟ କମନୀୟ କାଣତଣ୍ଡୀ

ଜୋଛନାଭିଳାଷୀ ନୀଳ କୁମୁଦିନୀ କୁମୁଦକୁ ଥାଏ ଉଣ୍ଡି 

ଶାଖାରେ ଶାଖାରେ କଦମ୍ବର କାନ୍ତି ଡାଳରେ ବଧୂଲି ଫୁଲ 

ଲତା କୁଞ୍ଜେକୁଞ୍ଜେ ଜହ୍ନ ଜୋଛନାରେ ମେଞ୍ଚାମେଞ୍ଚା ଜହ୍ନିଫୁଲ 


ମଉନ ମୌସୁମୀ ନିରାଶା ନୈପଥ୍ଯେ ଦିଗହରା ପଥଚ୍ଯୁତ

 ସ୍ବଚ୍ଛତା ଶୋଭାରେ ଜଗତ ଜିଣିବ ମଞ୍ଚାସୀନ ଏ ଶରତ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract