Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ranjulata Behera

Others

3  

Ranjulata Behera

Others

ଗୋଲାପ ଲୋ

ଗୋଲାପ ଲୋ

1 min
197



ଦିଘଡିର ଏଇ ଜୀବନ ଯାତ୍ରା ଲୋ

କାହିଁ କରୁ ଏତେ ଅଭିମାନ 

ବେରଙ୍ଗର ତୋର କୋମଳ ତନୁରେ

ଖେଳୁଥାଏ ଭରା ଯଉବନ ।


କାରଣ ତାରଣ ଜୀବନ ଯୌବନ ଲୋ

ନିୟତିର ଲୀଳାଖେଳା ଘର

କାହା ପାଇଁ ଏଠି କିଏ ଜନମ ଲୋ

ତୋ ପାଇଁ ମତୁଆଲା ଭଅଁର ।

କହ ତୁ କାହିଁକି ଭରିଛୁ ଦେହରେ

ଅତଳତାଳ କଣ୍ଟାର ବନ ।


ସାଇତା ଦରବ ନ ଲାଗେ କାର୍ଯ୍ୟରେ 

ରହିବକି ଆଉ ତାର ମାନ

ଯଉବନ ବେଳେ ନ ପାଇଲୁ ଯଦିଲୋ

ମନ ମଣିଷର ଟିକେ ଦହନ 

କହ ଲୋ ଚିତ୍ରିଣୀ ତୁ ମନମୋହିନୀ

କେମିତି ଲଭିବୁ ଏ ଜୀବନ ।




Rate this content
Log in