Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ranjulata Behera

Children

3  

Ranjulata Behera

Children

ଜେଜି ହେବନି ବାଟବଣା

ଜେଜି ହେବନି ବାଟବଣା

1 min
210



କାଲି ସଞ୍ଜ ବେଳେ ଦାଣ୍ଡ ଦୁଆରରୁ 

   ଝପଟି ଆସିଲା ଜେଜି 

ଜେଜେଙ୍କଠୁଁ ଆଣି  ଫୋନଟି କରିଲା

   ପିଉସୀ ନମ୍ବର ଖୋଜି ।


ଆଲୋ ମୋ ଧନ ଲୋ ଶୁଣ ମୋ ବଚନ

    ଆକାଶକୁ ଟିକେ ଅନା 

ଚନ୍ଦ୍ର ଚାରିପାଖେ ବଳୟ ଘେରିଲାଣି

    ଆସିବୁ ନାହିଁ ଲୋ ଜମା  ।

   

ଶୁଣୁଥିଲା ମୁନା ଜେଜି ଙ୍କର କଥା 

    ଝରକା ପାଖରେ ଥାଇ

ହସି ହସି ଗଡି ବେଦମ୍ ହୋଇଲା

    ଚଞ୍ଚଳ ଆସିଲା ଧାଇଁ ।


ଜେଜିଲୋ ମୋ ଜେଜି  ମିଛ କହି ତୁହି

     ଡରଉଛୁ ପିଉସୀଙ୍କୁ

ଏ ତ ବିଜ୍ଞାନର ସୁନ୍ଦର କଥାଟି

     ଦୁଃଖ ନାହିଁ ପୃଥିବୀକୁ ।


ଆକାଶରେ ମେଘ ବରଫ ସ୍ଫଟିକ 

    ଛଅ ଭୁଜାକାରେ ରହେ 

ଯୋଡି ଯୋଡି ହୋଇ ପ୍ରିଜମ ପରିକା

    କାର୍ଯ୍ୟମାନ କରୁଥାଏ  ।


ସୂର୍ଯ୍ୟ ଆଲୋକରେ ପ୍ରତିଫଳିତ ହୋଇ

     ବଙ୍କେଇ ବଙ୍କେଇ ଯାଏ

ରାତିରେ ଚନ୍ଦ୍ରରେ ଦିନରେ ସୂର୍ଯ୍ୟରେ 

      ବଳୟ ହୋଇକି ରହେ ।


ଲାଜେଇ ଯାଇକି ହସିଦେଲା ଜେଜି

      ମୋତେ କି ବିଜ୍ଞାନ ଜଣା ।

ଗେହ୍ଲା ନାତି ମୋର ପଢାଇବ ପାଠ 

      ହେବିନାହିଁ ବାଟବଣା । 



Rate this content
Log in

Similar oriya poem from Children