ଜହ୍ନ ଗୋ ତୁମେ
ଜହ୍ନ ଗୋ ତୁମେ
ଜହ୍ନ ଗୋ ତୁମେ ଶ୍ରାବଣକୁ କାହିଁ
ଖୋଜୁଅଛ ବାର ବାର
ତୁମ ଦେହେ ପରା ଲଗାଇଛି ମେଘ
କଳଙ୍କର ଧାରେ ଗାର ।
ଜହ୍ନ ଗୋ ତୁମେ ଶରତ ଆକାଶେ
ହସ କାହିଁ କିରି କିରି
ସେ ହସେ ପରା ଗୋ ନୀଳ ପୁଷ୍କରିଣୀ
ଲାଜେ ଯାଉଥାଏ ସରି ।
ଜହ୍ନ ଗୋ ତୁମ ଜୋଛନାରେ ଏତେ
ତନ୍ଦ୍ରାସକ୍ତ କାହିଁ ପାଇଁ
ଗର୍ଭଜ ଶିଶିର ସୂରୁଜ ସାଥିରେ
ରାସାସକ୍ତ ମୋକ୍ଷ ପାଇଁ ।
ଜହ୍ନ ଗୋ ତୁମେ ଆସ୍ଫାଳନ କର
କାହିଁ ପାଇଁ କୁହ ଥରେ
ଜନ୍ମିଛି ଜନ୍ମୁଛି ଯୁଗ ଯୁଗ ପାଇଁ
ମୁକ୍ତି ତୁମ ସାନ୍ନିଧ୍ୟରେ ।

