Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ranjulata Behera

Abstract Others

4  

Ranjulata Behera

Abstract Others

ଜୀଇଁ ଥା ଅନ୍ୟର ପାଇଁ

ଜୀଇଁ ଥା ଅନ୍ୟର ପାଇଁ

1 min
248


 

ବହୁଛୁ ବହିଯା ବାହିଯା ଲୋ ନଈ

  ସଂସାରେ ବନ୍ଧୁର ପଥକୁ ଡେଇଁ 

ମିଛ ଏ ସଂସାରେ ବଞ୍ଚିବା ପାଇଁ କି

   ତୋ ପଥ ଘେନି ବହିଯା ଲୋ ତୁହି 

ଭିଜିବୁ ଭଜିବୁ ସିନା ଫେରିବାର 

   ବାଟକୁ କେବେ ଚାହିଁବୁ ନାହିଁ ।


ହସୁଛି ଗଗନ ହସେ ଉପବନ

   ମେଦିନୀ ସାଥିରେ ହସେ ପୁଣି ଜହ୍ନ 

କେତେ ଗିରି ବନ ଡେଉଁଛୁ ପଥର

    କେହି ବୁଝେ ନାହିଁ ଏଠି ତୋ କଷଣ ।

ଯାଉଛୁ ଯାଉଥା ଆଗକୁ ଆଗକୁ 

     ସାଗରେ ମିଶିବାର ଆଶାକୁ ନେଇ ।


ଏ ଜୀବନ ତୋର ଅନ୍ୟର ପାଇଁ ଲୋ

    ଦଉଛୁ ଦେଇଛୁ ତୋ ଜୀବନ ଢାଳି

ଅନ୍ୟର କାର୍ଯ୍ୟରେ ଏମିତି ସରୁଥା

    ନେଉଥିବେ ତୋତେ ଆଦରରେ ତୋଳି

ଲୋଡାନାହିଁ କିଛି ଆଉ ଏ ଜୀବନେ

    ଜୀଇଁବା ସଦାବେଳେ ଅନ୍ୟର ପାଇଁ ।



Rate this content
Log in

Similar oriya poem from Abstract