STORYMIRROR

Chinmaya Kumar Nayak

Abstract

4  

Chinmaya Kumar Nayak

Abstract

ବାପା

ବାପା

1 min
124

ଜୀବନର ପ୍ରଶ୍ବାସରେ ବାପାପଥ ଧାର ଆଶ୍ବାସରେ ବାପା,

କେବେ ବାଟ ହୁଡ଼ିଯାଏ ଯେବେଆକଟ ଓ ଶାସନରେ ବାପା।

ଆଙ୍ଗୁଳିର ଦିଶାଦାତା ବାପାଶେଷଯାଏଁ ସୁପୋଷକ ବାପା,

ପାଦ ଯେବେ ହୁଏ ଟଳ ମଳପଛେ ଥାଇ ସମ୍ଭାଳନ୍ତି ବାପା। 

ଜିତିବାର ଶ୍ରେୟକର୍ତ୍ତା ବାପାହାରିବାର ଆଶ୍ବାସନା ବାପା,

ଦ୍ବିଧାପୂର୍ଣ ଦ୍ଵନ୍ଦ ମୁହୂର୍ତ୍ତରେସମାଧାନ ସୂତ୍ରଧର ବାପା।

ନବ ଆଶା ସୃଜନକ ବାପାସ୍ବପ୍ନ ପୂର୍ତ୍ତି ସହାୟକ ବାପା,

କେବେ ବନ୍ଧୁ କେବେ ଦଣ୍ଡଧାରୀସୁପଥର ପ୍ରଦର୍ଶକ ବାପା। 

ଦୁଃଖ ଢ଼ୋକି ସୁଖଦାତା ବାପାସମାଜରେ ପରିଚୟ ବାପା,

ଜୀବନର ଆଦର୍ଶ ସଂହିତାଆକାଶଠୁ ବିଶାଳ ସେ ବାପା। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract