Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bhagirathi Mohanty

Abstract Others

3  

Bhagirathi Mohanty

Abstract Others

ଦେବି ବୋଲି କିଛି

ଦେବି ବୋଲି କିଛି

1 min
162



ଦେବି ବୋଲି କିଛି

ଭାବୁଥିଲି ଯା'କୁ,

କମଳା ତାହାର ପ୍ରିୟା

କୋୖସ୍ତୁଭ ହାର ରେ

ଶୋଭିତ ଯେ ପ୍ରଭୁ,

ସମସ୍ତଙ୍କୁ କରେ ମାୟା ।

ସୁଲଳିତ କଣ୍ଠେ 

ଗୀତ ଗାଇ ଥାନ୍ତି,

ବୀଣା ପାଣି ଯା' ପାଖର 

ବଳି ଯିବି ନାହିଁ

ତା' ସୁର କୁ ମୁହିଁ, 

ହଟ ହଟା ହେବା ସାର ।

ଭାବରେ ସେ ଭୋଳ

ଧରେ ନିଜ କୋଳ, 

ଅଭାଵେ ବହୁତ ଦୂର

ଅଣାକାର ସିଏ

ଆକାର ବି ସିଏ,

ବୁଝେ ଭକତ ଅନ୍ତର ।

ଆସନ ଦେବାକୁ

ନାହିଁ ତ ଯୋଗ୍ୟତା

ଗରୁଡ଼ ଯା'ର ଆସନ,

ଯଦି ଦୟା ଅଛି

ଏ ଅଧମ ଠାରେ,

ବସ ହୃଦୟ ଆସନ ।

ଆସିବ ମୋ କତି

ଏତିକି ମିନତି,

ମୋ ଦୋଷ ଧରିବ ନାହିଁ

ମୁଁ ଛାର ମଣିଷ

ଅଛି ଅବଶୋଷ,

ତୋ ପାଦେ ଆଶ୍ରିତ ମୁହିଁ ।

..............................


Rate this content
Log in