ଏତିକି ମିନତି
ଏତିକି ମିନତି
ଏତିକି ମିନତି
ଆହେ ବିଶ୍ଵ ପତି
ବରଷ ପିୟୁସ ନିତି,
ଅଗନା ଅଗନି
ଜଳେ ପାପ ଅଗ୍ନି
ଏଥିରୁ ମିଳୁ ନିସ୍କୃତି ।
ମଣିଷ ରୂପୀ ଏ
ପଶୁ ଟିଏ ଯାର
ରକତ ରଂଜିତ ହାତ,
କେଡିକି ନିର୍ଦୟ
ନାହିଁ ତିଳେ ଭୟ
ବିନାଶ ହେବ ତା'ସତ।
ଭୁଲ ସିଏ କରେ
ପାପ ଟି ଆଚରେ
କାମିନୀ କାଞ୍ଚନ ପାଇଁ ,
ସେମାନେ ଯେ ପର
ନକରେ ବିଚାର
ନରକ ପଥ ର ଦ୍ବାର।
କେଇ ଦିନ ପାଇଁ
ଆସିଛି ଯେ ସେହି
ରାଧେଶ୍ୟାମ ନ ରଟିଲା,
'ଧନ', 'ଧନ' କହି
ପ୍ରାଣ ବିଷର୍ଜଇ
ସାବଧାନ ନ ହୋଇଲା ।
ଜନମ ହୋଇବା
ପୁଣି ମରିଯିବା
ମାତା ଗରଭେ ଶୋଇବା,
ଏହା ସବୁ ମିଛ
ଜନମ ଯେ ତୁଚ୍ଛ
ନୀଚ ଯୋନି ରେ ଫେରିବା।
ଚେତନ ରେ ଥାଇ
ବୁଝି ପାରେ ନାହିଁ
ସୁକର୍ମ ତାହାର ସାହା,
ତା' ସଙ୍ଗେ ଉବାଚ
ରାଧେଶ୍ୟାମ ଜପ
ଏହା ଟି ତୋହର ରାହା ।