STORYMIRROR

Bhagirathi Mohanty

Abstract Tragedy Classics

3  

Bhagirathi Mohanty

Abstract Tragedy Classics

ଏତିକି ମିନତି

ଏତିକି ମିନତି

1 min
160


ଏତିକି ମିନତି

ଆହେ ବିଶ୍ଵ ପତି

ବରଷ ପିୟୁସ ନିତି,

 ଅଗନା ଅଗନି

ଜଳେ ପାପ ଅଗ୍ନି 

ଏଥିରୁ ମିଳୁ ନିସ୍କୃତି ।


ମଣିଷ ରୂପୀ ଏ

ପଶୁ ଟିଏ ଯାର

ରକତ ରଂଜିତ ହାତ,

କେଡିକି ନିର୍ଦୟ 

ନାହିଁ ତିଳେ ଭୟ 

ବିନାଶ ହେବ ତା'ସତ।


  ଭୁଲ ସିଏ କରେ

  ପାପ ଟି ଆଚରେ 

କାମିନୀ କାଞ୍ଚନ ପାଇଁ ,

 ସେମାନେ ଯେ ପର

ନକରେ ବିଚାର

ନରକ ପଥ ର ଦ୍ବାର।


 କେଇ ଦିନ ପାଇଁ

ଆସିଛି ଯେ ସେହି

ରାଧେଶ୍ୟାମ ନ ରଟିଲା,

   'ଧନ', 'ଧନ' କହି

   ପ୍ରାଣ ବିଷର୍ଜଇ 

ସାବଧାନ ନ ହୋଇଲା ।


  ଜନମ ହୋଇବା

  ପୁଣି ମରିଯିବା

ମାତା ଗରଭେ ଶୋଇବା,

   ଏହା ସବୁ ମିଛ

   ଜନମ ଯେ ତୁଚ୍ଛ

ନୀଚ ଯୋନି ରେ ଫେରିବା।


ଚେତନ ରେ ଥାଇ

ବୁଝି ପାରେ ନାହିଁ

ସୁକର୍ମ ତାହାର ସାହା,

  ତା' ସଙ୍ଗେ ଉବାଚ

ରାଧେଶ୍ୟାମ ଜପ

ଏହା ଟି ତୋହର ରାହା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract