କୋଟିଏ ମଣିଷ ଗୋଟିଏ ସ୍ବରରେ
କୋଟିଏ ମଣିଷ ଗୋଟିଏ ସ୍ବରରେ
କୋଟିଏ ମଣିଷ ଗୋଟିଏ ସ୍ବର ରେ
ଡାକିବେ ହେ ଜଗନ୍ନାଥ,
ରଖ ବା ନ ରଖ ତୁମ ପାଦ ତଳେ
ଲୋଟାଇଲୁ ଆମ ମାଥ ।
ଆସୁଅଛ ଯଦି ଦୁଇ ବରଷରେ
ତୁମ ବଡ଼ ଦାଣ୍ଡେ ନାଥ,
କେତେ କେତେ ଦୁଃଖ ମୋଚନ କରିବ
ଶୁଣିବ କେତେ ଆରତ ।
ତୁମେ ନ ଵୂଝିଲେ ବୁଝିବ କିଏ ସେ
କେ ଅଛି ଏହି ସଂସାରେ,
ନୟନାଭିରାମ ଦେଖିବ ଏଥର
ନୀର ଭିଜା ନୟନରେ ।
ଘର ଘର ନାଦେ ଗଡୁଥିବ ରଥ
ଘଣ୍ଟ ଘଣ୍ଟା କରତାଳେ,
ଘର ଘର ବୋଲି ହେଉଥିବା ଜନେ
ଘଡ଼ିଏ ଚାହିଁବେ ଡୋଳେ ।
ହରି ହରି ବୋଲି ହୁରି ପଡୁଥିବ
ହରି ହରିବେ ତା ବ୍ୟଥା,
ହଟ କରୁଥିବ ହଟିବନି କେବେ
ମନେ ରଖ ଏହି କଥା ।