ମହାବାହୁ ଏହି ଆଜ୍ଞା
ମହାବାହୁ ଏହି ଆଜ୍ଞା
ମହାବାହୁ ମହାବାହୁ
ଏହି ଆଜ୍ଞା ମୋତେ ହେଉ,
ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ।
ଜାଣିଛି ଏ ଦେହ
ମାଟିରେ ମିଶିବ,
ତଥାପି ଆଶା ବହୁତ
ଚଞ୍ଚଳ ଚିତ୍ତ ମୋ
ଧାଏଁ ଏଣେ ତେଣେ
ଅଟକି ପାରେ ନା ମୁଁ (ଦୁଇ ଥର)
ମହାବାହୁ ମହାବାହୁ ।
ମାୟା ମୋହରେ ମୁଁ
ହୋଇ ହରବର
ଭେଲ କୁ ଭାବଇ ଭଲ
କେତେ କେତେ ପାପ
କରି ମୁଁ ଚାଲିଛି ( ଦୁଇ ଥର)
କ୍ଷମା ମିଳିବ କି ତହୁଁ।
ମହାବାହୁ ମହାବାହୁ ।
ଜୀବନ ଅଳପ
ବହୁତ ଗଳପ
ଦିନ ରାତି ତର ନାହିଁ
ରଙ୍ଗୀନ ସପନେ
ମଗନ ହୋଇ ମୁଁ ( ଦୁଇ ଥର)
ମୁକତି ପାଇବି କାହୁଁ
ମହାବାହୁ ମହାବାହୁ ।