STORYMIRROR

Bhagirathi Mohanty

Inspirational

3  

Bhagirathi Mohanty

Inspirational

ବିନାୟକ ନମାମି

ବିନାୟକ ନମାମି

1 min
193

ଆହେ ବିନାୟକ ନମାମି

ତମ ପାଦେ ଶରଣ 

ଆସିଅଛ ଆଜି ଧରାକୁ 

କରୁଅଛି ଜଣାଣ ।୧।


ଅଗ୍ରପୂଜ୍ୟ ବୋଲି ମାନନ୍ତି

 ବିଦ୍ୟାଦାତା ପ୍ରମାଣ 

ବିଘ୍ନ ବିନାଶକ ଦେବ ହେ

ବିନୟେ କଥା ଶୁଣ।୨।


କଳି ହୋଇଗଲାଣି ପ୍ରବଳ

ଲୋକେ ହେଲେ ନାସ୍ତିକ 

ତୁମ ପୂଜା ଆଜି ସଉକ

କେବଳ ଯା ପ୍ରତୀକ ।୩।


ତମ ନାମେ କଲେ ମଉଜ 

 ଗଢି ବିକୃତ ମୂର୍ତ୍ତି 

ହାତେ ଧରେଇଲେ ଚିଲିମ

ନିଜେ ଗଞ୍ଜା ଟାଣନ୍ତି । ୪।


ମେଢ଼ ହେଲା ସୁନା ରୂପାରେ

ମୂର୍ତ୍ତି ଚକୋଲେଟରେ 

ତୋରଣ ଆଲୋକ ହଜାରେ

ପୂଜା ନାମ ମାତରେ ।୪।


ଗଜାନନ କେଶ ଲାଗଇ

ସତେକି ଆଫ୍ରିକୀୟ 

ଭୟ ଲାଗେ ଦେଖି ମୂରତି

ମୁଣ୍ଡ ନ ହୁଏ ଥୟ ।୫।


ଏତିକିରେ ଖେଳ ସରେନି

ଶେଷେ ହୁଏ ଭସାଣି  

ମେଘ ମେଦୁରିତ ରାତିରେ

ବାଜେ କେତେ ବାଜେଣୀ।୬।


ମଦିରା ଗଳାଧଃକରଣ

ରକତ ନଈ ବହେ 

ମୂରତି କରି ବିସର୍ଜନ

ରାତି ସକାଳ ହୁଏ ।୭।


ସତେ ଯଦି ଗଣନାଥ ହେ

 ଆସ ଏ ଧରାଧାମ  

କୁବୁଦ୍ଧି ବିନାଶ କର ହେ

ମୋର ଏ ନିବେଦନ ।୮।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational