STORYMIRROR

Bhagirathi Mohanty

Abstract Classics Inspirational

3  

Bhagirathi Mohanty

Abstract Classics Inspirational

କଳି ବୁଦ୍ଧି ପ୍ରବଳ

କଳି ବୁଦ୍ଧି ପ୍ରବଳ

1 min
138



କଳି ଯେବେ କଲା ପ୍ରବେଶ

     ଦ୍ବାପର ର ଅନ୍ତ ରେ

ସବୁ ହୋଇଲା ବିପରୀତ

   ତାହାର ପ୍ରଭାବରେ ।


 ବୁଦ୍ଧି ହେଲା ପ୍ରବଳ

   ପାପେ ସରବେ ରତ,

ଜପ ତପ ସର୍ବେ ଭୁଲିଲେ

  ମିଥ୍ୟା ସଂସାରେ ବ୍ୟାପ୍ତ ।


 ଜୁଆ ରେ କଳିର ରାଜତ୍ଵ

   ମଦ୍ୟାଳୟ, ବେଶ୍ୟାରେ

ସୁନା,ଟଙ୍କା, ହୀରା ମୋତି ରେ,

ସଦା ସେ ବାସ କରେ।


 ଲୋଭ, କ୍ରୋଧ, ହିଂସା, ଈର୍ଷା ରେ,

ତା'ର ଆବାସ ସ୍ଥଳୀ

 ସହଜରେ ଅନୁପ୍ରବେଶ

କରି ପାରଇ କଳି।


ମିଥ୍ୟା କୁ ସତ୍ୟ କରେ

  ଓକିଲ ମାମଲା ରେ,

କଳାକୁ ଧଳା କରିପାରେ

    କଳି ଅତି ଚତୁରେ।


ନ୍ୟାୟ, ସତ୍ୟ ରେ ସେ ବିରୋଧୀ

ଯିଏ ତାହା ଆଚରେ ,

 ତାକୁ ଇ ବୁଡ଼େଇ ମାରେ ସେ,

କନ୍ଦାଏ ନିରନ୍ତରେ।


ଏମିତି ସ୍ଵଭାବ କଳିର

 ମନେ ରଖ ସକଳ,

ସବୁବେଳେ ସେ ଭୟଙ୍କର

  ଧର୍ମ ତୁମରି ବଳ।


Rate this content
Log in

Similar oriya poem from Abstract