STORYMIRROR

Bhagirathi Mohanty

Romance Fantasy Others

3  

Bhagirathi Mohanty

Romance Fantasy Others

ସିନେ ସୁନ୍ଦରୀ

ସିନେ ସୁନ୍ଦରୀ

1 min
172


ସିନେ ସୁନ୍ଦରୀ କୁ 

ବାହା ହୋଇଥିଲି,

ତା' ରୂପରେ ଗଲି ଭୁଲି

 ଭାବିଲି ସେ ଜାଲି

ନୁହଁଇ ଟି ବୋଲି,

 ତା'ଶରଣ ନେଇଗଲି ।


ଗଠନ ଯେମିତି

ଶୋଭା ତା' ସେମିତି,

ଦନ୍ତ ତା'ର କୁନ୍ଦ ପରି

କଣ୍ଠ ତା' କୋଇଲି

ଚାଲି ତା' ହଂସୁଲୀ

ଆଖି କଳା ଘୁମ ପରି।


 ହସି ଦେଲେ ସିଏ

ମେଘ ଘୁଞ୍ଚି ଯାଏ,

ମୋହିତ ସାରା ଜଗତ

 କାନ୍ଦିଦେଲେ ସିଏ

ଧାରା ଝରି ଯାଏ,

ଆକାଶ ଯେ ମେଘାବୃତ ।


କଥା ନହସରେ

କେଡେ ଚଢା ସୁରେ,

ଗାରେଇ ଦିଏ ମୋ ହୃଦ

  କେତେ ତୀକ୍ଷ୍ମ ତା'ରି

କଥାର କଟୂରି

ହୋଇ ଯିବି ସତେ ବଧ ।


  ତଥାପି ମୁଁ ତା'ର

  ପାଗଳ ଭଅଁର,

ନଳିନୀ ଶ୍ୟାମ ଦଳର

ମରିବି ତା' ବିନା

କର ୟାକୁ ଘେନା,

ବନ୍ଧା ପଡେ ତା ପୟର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance