ମୋ ପାଇଁ କିଛି ମାଗୁ ନାହିଁ
ମୋ ପାଇଁ କିଛି ମାଗୁ ନାହିଁ
ମୋ ପାଇଁ କିଛି ମାଗୁ ନାହିଁ ମୁହିଁ
ମାଗୁଛି ସବୁରି ପାଇଁ,
ଏ ସାରା ଜଗତ ଖୁସିରେ ରହିଲେ
ଖୁସିରେ ଥିବି ମୁଁ ସାଇଁ ।
ଉପରେ ହସୁଛି ଭିତରେ କାନ୍ଦୁଛି
କେହି ଜଣେ ସୁଖୀ ନାହିଁ,
ଅପୃଷ୍ଠି ରେ ଯଶିଶୁ ଜୀବନ ହାରଇ
କ୍ଷୀର ଟିକେ ନମିଳଇ ।
ଘରଣୀ ଟେ ପାଇଁ ଶାଢ଼ୀ ଖଣ୍ଡେ ନାହିଁ
ଚିରା କତରା ପିନ୍ଧଇ,
ଚାଳ ଉଡିଲାଣି କାନ୍ଥ ର ଉପରୁ
ପଲିଥିନ ଘରେ ସେହି ।
ବରଷା ଖରାରୁ ନିସ୍ତାର ତ କାଇଁ
ବୁଢ଼ା ହାତେ ନାହିଁ ଛତା,
ପେଟ ଟି ତାହାର ପିଠିରେ ମିଶଇ
କରୁଛି କେ ୟାର ପତ୍ତା ।
ଧନୀ ର ପଇସା ଟାଣି ନିଏ ନ
ିଶା
ଅଶାନ୍ତିରେ ଦିନ କଟେ,
ନିଶି କ୍ରିଡା କରେ ଗୃହିଣୀ ତାହାରି
ପୁଅ ଟି ମଦ୍ୟପ ଅଟେ ।
ମାଳ ମାଳ ରୋଗ ମାଡି ଆସୁଅଛି
ଯାହାର ନାହିଁ ଓଷୁଅ ,
ମାଟି ଯେତେ ନାହିଁ ମଣିଷ ଟି ସେତେ
କୋଉଠି ରହିବ କୁହ ।
ସୁନ୍ଦର ଧରଣୀ ଛାଡି ଚାଲିଯିବ
ମଙ୍ଗଳେ ଜାଗା ଖୋଜଇ ,
ଭରସା ଗଲାଣି ଭଗବାନ୍ ପରେ
ନିଜେ ପାଞ୍ଚ ପାଆ କହି ।
କେତେ ପାଠ ପଢି ମୂରୁଖ ହେଉଛି
ପତନ ପଥରେ ସେହି।
ଏତିକି ମାଗୁଣି ଲକ୍ଷ୍ମୀ ନାହା ପୁଣି
ଦିଅ ସଦବୁଦ୍ଧି ନରେ,
ନାଶ ର ପଥ ସେ ଛାଡି ଦେଉ ଖରେ
କଢାଅ ସତ ବାଟରେ ।