Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Tragedy Inspirational Others

4  

Bharatabandhu Biswal

Tragedy Inspirational Others

ମହାମାରୀ କର୍କଟ

ମହାମାରୀ କର୍କଟ

1 min
230



ଅତି ଭୟଙ୍କର ବଡ ମାରାତ୍ମକ 

ଅଟଇ ବ୍ଯାଧି କର୍କଟ 

ମୃତ୍ଯୁର କାରଣ ଦ୍ବିତୀୟ ବୃହତ୍ତ

କରୁଛି ସୃଷ୍ଟି ସଙ୍କଟ ।


ମରୁଛନ୍ତି ଦଶ ଲକ୍ଷରୁ ଅଧିକ

ଏହି ରୋଗେ ପ୍ରତି ବର୍ଷ 

ଏହାର କବଳେ ନିମ୍ନ ମଧ୍ଯବିତ୍ତ 

ପ୍ରଭାବିତ ବହୁ ଦେଶ ।


ଶରୀର ମଧ୍ଯରେ କୌଣସି କୋଷିକା

ହୁଏ ଯଦି ସଂକ୍ରମିତ 

କରେ ନାହିଁ କାମ ସ୍ବାଭାବିକ ଭାବେ

ଦିଅଇ ଯନ୍ତ୍ରଣା କଷ୍ଟ ।


ଡାକ୍ତରୀ ଭାଷାରେ କହନ୍ତି ଏ ବଥ

ଅଟେ କର୍କଟ ଟ୍ୟୁମର

ନ କଲେ ଚିକିତ୍ସା ଅନ୍ଯ କୋଷ ଅଙ୍ଗ

ହୁଅଇ ରୋଗ ଜର୍ଜର ।


ରକ୍ତ କଣିକାରେ ରୋଗର ଜୀବାଣୁ

ବ୍ଯାପିଯାଏ ଶରୀରରେ

ସଂକ୍ରମିତ ହୁଏ ପାକ ସ୍ନାୟୁ ତନ୍ତ୍ର 

ମଣିଷକୁ ବ୍ଯାଧି ଘାରେ ।


କର୍କଟ ବ୍ଯାଧିର ଏକତୃତୀୟାଂଶ

ପ୍ରାଥମିକ ଅବସ୍ଥାରେ

ହୋଇଲେ ଚିହ୍ନିତ ଆରୋଗ୍ଯ ସମ୍ଭବ

ଉପଯୁକ୍ତ ଚିକିତ୍ସାରେ ।


ନିଶା ଧୂମ୍ରପାନ ବିଶ୍ରାମହୀନତା

ଅନିୟମିତ ଜୀବନ

ଶରୀରେ ଅଭାବ ସୁଷମ ଆହାର

ରୋଗର ମୁଖ୍ଯ କାରଣ ।


ହେଉଛି ଉନ୍ନତ ଚିକିତ୍ସା ବିଜ୍ଞାନ 

ଚାଲିଛି ଅନୁସନ୍ଧାନ 

ରହିଲେ ସଜାଗ ମହାମାରୀ ଦାଉ

ହୋଇବ ନିରାକରଣ ।


Rate this content
Log in

Similar oriya poem from Tragedy