STORYMIRROR

Rabindra kumar Sahoo

Abstract Tragedy

4  

Rabindra kumar Sahoo

Abstract Tragedy

"ପକ୍ଷୀ ଟିଏ ମୁଁ"

"ପକ୍ଷୀ ଟିଏ ମୁଁ"

1 min
444

  

  ଅନନ୍ତ ଆକାଶ ବୁକୁରେ

     ବିହାର କରେ ମୁଁ

   ସେ ପାଇଁ ମୁଁ ବିହଙ୍ଗ

   ଦିଗହୀନ ବେଗହୀନ ଭାବେ

  ଘୂରିବୁଲେ କେତେ ଝଡ ବାତ୍ୟା ରେ

   କେତେ ସୁଶୀତଳ ଅବା ଉତ୍ତପ୍ତ

     ରବିଙ୍କ କିରଣରେ

    ସତେ କି ମୁଁ ସର୍ବହରା

     ସତେ କି ମୁଁ ଲକ୍ଷ୍ୟହରା

    ପକ୍ଷୀଟିଏ ମୁଁ ।

   

   ଲକ୍ଷ୍ୟହୀନ ଭାବେ 

  ମାଡି ଚାଲେ ମାଡି ଚାଲେ

    ମୋର ଖାଦ୍ୟ ଅନ୍ବେଷଣରେ

  କେତେବେଳେ ମୋ ଜୀବନ

     ହୋଇଥାଏ ବିପନ୍ନ

   କେବେ କେବେ ହୁଏ ମୁଁ ପ୍ରାଣହୀନ

    ଦିଶା ହୀନ ମୋ ଜୀବନ ପରି

   ସମସ୍ତେ ଆମେ ମାଡିଚାଲୁଛେ

    ଆଗକୁ ଆଗକୁ

   ବୁଝି ଆମେ ପାରେନା

  ପ୍ରକୃତ ମର୍ମ କ'ଣ ଆମ ଏ ଜୀବନ ର

     ମୋହ ମାୟା ଗ୍ରସ୍ତ ହୋଇ

    ସମୟ ପାଶେ ସଭିଏଁ

   କରୁଛେ ଆମେ ଆତ୍ମସମର୍ପଣ

   ମୁଁ ଯେପରି ଡେଣା ଝାଡି ଉଡେ

   ଦିଶାହୀନ ଭାବେ ଆଗକୁ ଆଗକୁ

   ଏ ସଂସାରେ ସଭିଏଁ

     ନିଜକୁ ଭାବନ୍ତି ସତେ କି

     ମୋ ଭଳି ପକ୍ଷୀଟିଏ ମୁଁ ?


  କେତେ ଆଶା ନିରାଶା ର ସମାହାର

    ଆମ ଏ ସଭିଙ୍କ ଜୀବନ

   ଅନିଶ୍ଚିତତା ଭିତରେ

    ଆମେ କାଳାତିପାତ କରେ

   ଆମ ସଭିଙ୍କ କ୍ଷଣସ୍ଥାୟୀ

    ମହା ସାଗର ରୂପକ

   କ୍ଷଣଭଙ୍ଗୁର ଆମ ଏ

   ଅନିଶ୍ଚିତତା ର ସାଂସାରିକ ଜୀବନ

   ରୋଗ ବ୍ୟାଧି ରେ ଆକ୍ରାନ୍ତ ହୋଇ

    ଦିନେ ନା ଦିନେ ଏ ଶରୀର

    ହୁଏ ଜରାଜୀର୍ଣ୍ଣ

   ଆମ ଜୀବନ ଯୌବନ

    ବାର୍ଦ୍ଧକ୍ୟ ରେ ହୁଏ ଲୀନ

  ଆହାର ବିହାର ସବୁ ପରେ

    ଦିନେ ଶରୀରରୁ ଆତ୍ମା

   ହୋଇଥାଏ ଭିନ୍ନ

    ମୋ ପରି ପ୍ରାଣବାୟୁ

    ପ୍ରାଣ ପକ୍ଷୀ ଉଡି ଛାଡି

    ଚାଲିଯାଏ ଜାଣ

   ମୋ ନାମ ସହ

    ଏ ଜୀବନ ଦର୍ଶନ ଜଡ଼ିତ

    ମୁଁ ଦୁଃଖୀ ଟିଏ

      କ୍ଷମତାହୀନ ଜୀବ ଟିଏ

    ମୋ ଜୀବନ ଦର୍ଶନ ସହ

    ସମସ୍ତ ଜୀବ ଙ୍କ ଜୀବନ ଦର୍ଶନ

      ଯେପରି ଯୋଡା ହୋଇଥାଏ

    ମୁଁ ଲକ୍ଷ୍ୟହୀନ ଦିଗହୀନ ବେଗହୀନ

     ପାଗଳ ପ୍ରାୟ କ୍ଷୁଦ୍ର ଜୀବ ଟିଏ

    ପକ୍ଷୀ ଟିଏ ମୁଁ ପକ୍ଷୀ ଟିଏ ।


   


   



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract