କରୋନା
କରୋନା
କ କରୋନାକୁ ନଯାଅ ଡରି
ଖ ଖଗ ଆସନେ ପୂଜି ହରି।
ଗ ଗହଳିକୁ ଯିବା ନିଷିଦ୍ଧ
ଘ ଘରେ ରହିବା ନିରାପଦ।
ଚ ଚରଣେ ପଡ଼ିଅଛି ବେଡି
ଛ ଛନ୍ଦ କପଟ ସବୁ ଛାଡ଼ି।
ଜ ଜପିବା ଆମେ ରାମହରି
ଝ ଝରଣା ପାଣି ପିଇ କରି।
ଟ ଟପ ଟପ ଲୁହର ଧାର
ଠ ଠକଠକ ମନ୍ଦିର ତାର।
ଡ଼ ଡର ଭୟ ଛାଡି ଆସରେ
ଢ଼ ଢଳି ଯିବା ବିଭୂ ପୟରେ।
ତ ତରବର ଭାବେ ନଯାଅ
ଥ ଥଣ୍ଡା ପାନୀୟକୁ ନ ପିଅ।
ଦ ଦରକାର ବିନା ବାହାରେ
ଧ ଧାବମାନ ହୁଅ ନାହିଁରେ।
ନ ନଳବନ ଘେରା ପାହାଡ଼
ପ ପର୍ବତ ଉପରକୁ ଚଢ଼।
ଫ ଫଳ ଫୁଲ କର ସଂଗ୍ରହ
ବ ପୂଜିବା ହରିଙ୍କ ବିଗ୍ରହ।
ଭ ଭବରୁ ସଙ୍କଟ ଦୂରାଇ
ମ ମନୁଷ୍ୟ ଜାତିକୁ ବଞ୍ଚାଇ।
ଯ ଯମ କବଳରୁ ଉଦ୍ଧାରି
ର ରଖିବେ ନିଶ୍ଚୟ ଶ୍ରୀହରି।
ଳ ଲକ ଡାଉନ କର ଯାଇଁ
ୱ ୱତନ ଗଢି ନିଜପାଇଁ।
ଶ ଶଉଚ ହେବାରେ ନିରତେ
ଷ ଷଡ଼ବାହୁ ସାଜି ଜଗତେ।
ସ ସାର୍ଥକ କରି ଜୀବନକୁ
ହ ହଡ଼ପ କରି କରୋନାକୁ।
କ୍ଷ କ୍ଷମତା ବଳରେ ଆୟତ୍ତ
ଲ ଲହର କରିବା ଦୁରିତ।
ୟ ୟେହି କରୋନାଠୁ ଦୂରେ
ରହିବା ଆସ ସଭିଏଁରେ।
