ଜୀବନ
ଜୀବନ
ଜୀବନ ଯନ୍ତ୍ରଣାର ଭିନ୍ନ ଏକ ରୂପ
ହସେ, ଖେଳେ, ତଥାପି ସେ ଅନ୍ତଃସାର ଶୂନ୍ୟ
ନାହିଁ ପ୍ରୀତି, ନାହିଁ ଛନ୍ଦ, ଅଛି ତ ବିଳାପ
ବଞ୍ଚିବି ସେ ଦେଖେ ଆଗେ ଅଦିନ ମରଣ |
ତା ଆଖିରେ ଭରେ ନାହିଁ ସଂସାରର ମାୟା
କିଏ ପୁଅ, କିଏ ପତ୍ନୀ, କିଏ ବା ନିଜର
ସ୍ୱାର୍ଥରେ ଜଡିତ ସବୁ ପଥରର କାୟା
ଯିଏ ବି ନିଜର ଥାଏ ଲାଗେ ସାତପର |
ସାଗର ତରଙ୍ଗ ହଜେ ପୁଣି ଚେଇଁ ଉଠେ
କିଛି ସ୍ବପ୍ନ, କିଛି ଆଶା ବେଳାଭୂମି ଦିଏ
କିନ୍ତୁ ସଂସାର ଉଜୁଡେ ଖାଲି ପ୍ରତିଘାତେ
ଜୀବନକୁ ପଇସାରେ ବିକ୍ରି କରାଯାଏ |
ଭଗ୍ନମନେ କେତେଆଉ ଏମିତି ଜୀବନ
ସ୍ବପ୍ନସବୁ ଯାହା ଆସେ ସବୁ ଭାଙ୍ଗିଯାଏ
ନୀରବତା ଛାଇଥିବ ଆଉ କେତେଦିନ
ଅଦିନ କୁହୁଡି ପରି ସ୍ଥିତି ହଜିଯାଏ |
ଜୀବନର ଚଲାପଥ ନୁହେଁ ସରଳ ସହଜ
ଅଙ୍କାବଙ୍କା କେବେ ପୁଣି ପାହାଡ଼ ଖମାର
ଅନ୍ଧାର ରହିଛି ଭରି ନାହିଁ ଯେ ଆଲୋକ
ଅମାବାସ୍ୟା ରାତ୍ରିସମ ମହା ଭୟଙ୍କର |
ସଂସାରଟା ଲlଗେସିନା ଉପରେ ମଧୁର
ଭିତରଟା ପିତାଭଳି ତିକ୍ତ ଅନୁଭବ
ଛଳନା ଓ ପ୍ରତାରଣା କରିଛି ଯେ ଘର
ଓଠର ଚୁମ୍ବନେ ଲେପି ବିଷର ପ୍ରଲେପ |
ହୃଦୟ ବିଦିର୍ଣ୍ଣ ହୁଏ ଅଭାବ କଷଣେ
ପେଟ ଭୋକ ପେଟେ ମରେ ମିଳେନାହିଁ ଖାଦ୍ୟ
କେଉଁଠି ଆକଣ୍ଠ ହୁଏ ସୁସ୍ୱାଦୁ ବ୍ୟଞ୍ଜନେ
କିଏ ମରେ ଅନାହାରେ ନାହିଁ ତାର ତଥ୍ୟ |
ଜୀବନ ଯେ ମୂଲ୍ୟହୀନ ପୁଞ୍ଜି ତ ସର୍ବସ୍ବ
ପୁଞ୍ଜିପାଇଁ ଦେଶେ ଦେଶେ ଲାଗୁଛି ସଂଘର୍ଷ
ଯୁଦ୍ଧପାଇଁ ଆଗ୍ନେୟlସ୍ତ୍ରେ ସଜ୍ଜାହୁଏ ବିଶ୍ୱ
ଭୁତାଣୁ ଅସ୍ତ୍ରରେ ଦିନେ ବିଶ୍ୱ ହେବ ଧ୍ବଂସ |
