Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Birakishore Nayak

Inspirational

4  

Birakishore Nayak

Inspirational

ଭାରତର ଜଣେ କର୍ମବୀର

ଭାରତର ଜଣେ କର୍ମବୀର

1 min
373



ଦକ୍ଷ ସେବକ ସେ ଅମ୍ଲାନ ଦାମ୍ଭିକ

    ମୁକ୍ତି ସଂଗ୍ରାମ ଯୋଦ୍ଧା,

ଭାରତ ମାତର ସୁଯୋଗ୍ୟ ସନ୍ତାନ

    କର୍ମବୀର ଅତିଗନ୍ଧା ।


ପଞ୍ଜାବ କେଶରୀ ଭାବେ ପରିଚିତ

    ଅଗ୍ନିସମ ତେଜୋଦୀପ୍ତ,

ଦେଶ ସ୍ୱାଧୀନତା ପାଇଁ କରିଥିଲେ

    ଜୀବନର ଶ୍ରେଷ୍ଠ ବ୍ରତ ।


ପଞ୍ଜାବ ରାଜ୍ୟରେ ଜନମି ଥିଲେ ସେ

    ମୁନ୍ସୀ ରାଧାକୃଷ୍ଣ ପିତା,

ସରଳା ଗୃହିଣୀ ଗୁଲାବ ଦେବୀ ଯେ

    ଅଟନ୍ତି ତାଙ୍କର ମାତା ।


ଖ୍ରୀଷ୍ଟାବ୍ଦ ଅଠର ଶହ ପଞ୍ଚଷଠି

    ଜାନୁଆରୀ ଅଠlଇଶୀ,

ଧୂଡିକେ ନାମକ ସ୍ଥାନରେ ଭୂମିଷ୍ଠ

    ହୋଇ ଭରିଥିଲେ ଖୁସି ।


ପାଠପଢା ସାରି ଓକିଲାତି କରି

    ଲଢ଼ିଥିଲେ ଦେଶ ପାଇଁ,

ଗାନ୍ଧୀଙ୍କ ଆହ୍ୱାନେ ଜାତୀୟ କଂଗ୍ରେସେ

    କାର୍ଯ୍ୟ କଲେ ଯୋଗଦେଇ ।


ଆର୍ଯ୍ୟ ସମାଜରୁ ପ୍ରଥମ ପ୍ରେରଣା

    ପାଇ ବ୍ରତୀ ଦେଶପାଇଁ,

ଇଂରେଜ ଶାସନ ବିରୁଦ୍ଧରେ ସ୍ୱର

    ତୋଳିଲେ ବିପ୍ଲବୀ ହୋଇ ।


ଲାଲ, ବାଲ, ପାଲ ତ୍ରିରତ୍ନ ଭାରତେ 

    ଏକମନ ଏକପ୍ରାଣେ,

ଇଂରେଜ ବିରୁଦ୍ଧେ ଚରମ ପଥରେ

    ଗର୍ଜିଥିଲେ ଘନ ଘନେ ।


ଅସହଯୋଗରେ ମିଶିଥିଲେ ସିଏ

    ଗାନ୍ଧିଜୀଙ୍କ ଆହ୍ୱାନରେ,

ସ୍ବଦେଶୀ ଜିନିଷ ବ୍ୟବହାର ପାଇଁ

    ସଦା ପ୍ରବର୍ତ୍ତାଉଥିଲେ ।


ଇଂରେଜ ଚକ୍ରାନ୍ତେ ଆସିଲା ଭାରତେ

    ସାଇମନ କମିଶନ,

ଉଦେଶ୍ୟ ଦମନ କରିବ ଭାରତେ

    ସ୍ୱାଧୀନତା ଆନ୍ଦୋଳନ ।


ଖ୍ରୀଷ୍ଟାବ୍ଦ ଉଣେଇଶି ଶହ ଅଠାଇଶୀ

    ଅକ୍ଟୋବର ତିରିଶିରେ,

ଜନ ସାଇମନ ପଞ୍ଜାବ ଲାହୋର

    ଗଲା ପର୍ଯ୍ୟବେକ୍ଷଣରେ ।


ସେଥିପାଇଁ ଲାଲ ଲାଜପତ ରାୟ

    କଲେ ଅହିଂସା ବିକ୍ଷୋଭ,

ବିକ୍ଷୋଭ ଦମନେ କଲେ ଲାଠିମାଡ଼

    ସ୍ତବ୍ଧ ଚକିତ ପଞ୍ଜାବ ।


ଲାଠି ପ୍ରହାରରେ ଭୀଷଣ ଆହତ

    ହେଲେ ଲାଲ ଲାଜପତ,

ସମସ୍ତ ଚିକିତ୍ସା ବିଫଳ ହୋଇଲା

    ବାଛିନେଲେ ସ୍ୱର୍ଗପଥ ।


ଉଣେଇଶି ଶହ ଅଠାଇଶୀ ଅଟେ

    ସ୍ଵର୍ଗାରୋହଣର ବର୍ଷ,

ତାରିଖ ଅଟଇ ସେ ପୂଣ୍ୟ ତିଥିର

    ନଭେମ୍ବର ସପ୍ତଦଶ ।


ଦେଖି ପାରିଲେନି ଦେଶର ସ୍ୱରାଜ

    ପୂର୍ବରୁ ସେ ଚାଲିଗଲେ,

ତାଙ୍କ ତ୍ୟାଗପୂତ କର୍ମ ଇତିହାସେ

    ସ୍ବର୍ଣ୍ଣକ୍ଷରେ ଲେଖିଗଲେ ।     


Rate this content
Log in

Similar oriya poem from Inspirational