STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ସୁନ୍ଦର ପୁଷ୍ପ ଅଶୋକ

ସୁନ୍ଦର ପୁଷ୍ପ ଅଶୋକ

1 min
363

       ସୁନ୍ଦର ପୁଷ୍ପ ଅଶୋକ
        ============
ସୁନ୍ଦର ପୁଷ୍ପ ଆରେ ତୁହି ଅଶୋକ l
ହରିଲୁ ତୁହି ପରା ଜାନକୀ ଦୁଃଖ ll
ଅଶୋକ କାନନରେ ରହି ବନ୍ଦିନୀ l ଶୋକାତୁରା ମିଥିଳା ରାଜନନ୍ଦିନୀ ll ବରଷୁଥିଲେ ଚାହିଁ ତତେ ଲୋତକ l ବିଶୋକକଲୁ ସିନା ତୁହି ଅଶୋକ ll
ଏଣୁ ତୁ ନାମ ବହୁ ଅଶୋକ ବଲ୍ଲୀ l
ପଞ୍ଚ ସାୟକ କାଣ୍ଡେ କୁସୁମ କଲି ll
ନାମରେ ଏକାମ୍ରରେ ହୁଅଇ ଯାତ l ଅଶୋକାଷ୍ଟମୀ ଯାହା ବିଶ୍ଵବିଦିତ ll
ସୁନ୍ଦର ତନୁ ତୋର ଗଢ଼ିଲେ ଵିହି l
ହିଙ୍ଗୁଳ ନାଲି ମିଶା ରଙ୍ଗ ଲଗାଇ ll
ହରିତ ପତ୍ର ମଧ୍ୟେ କେଡ଼େ ସୁନ୍ଦର l
ଦିଶୁ ତୁ ପୁଷ୍ପ ବେଢ଼ି ଥାନ୍ତି ଭ୍ରମର ll
ମନ୍ମଥ ଶରେ ତୁହି ଯେଣୁ ବଲ୍ଲିକା l
ଆଦର ଲଭୁ ତେଣୁ କୃଷ୍ଣ ରାଧିକା ll
ଧନ୍ୟ ତୁହିରେ ତୁହି ଅଶୋକ କଳି l
ଲୋଡ଼ି ଥାଆନ୍ତି ପୁଣି ଚନ୍ଦ୍ର ମଉଳି ll
ଅଶୋକ କଥା କିବା କହିବି ଆଉ l
ବସନ୍ତ ବିଭା ସେତ, ଏତିକି ଥାଉ ll ଫୁଲଫୁଟିଛି ଦେଖ ନାମ ଅଶୋକ l ଦର୍ଶନକରି ତାକୁ ପାଶୋର ଦୁଃଖ ll
             🙏🙏🙏
                ଅର୍ଜୁନୀ
              -----------
ଅର୍ଜୁନୀ ଚରଣ ବେହେରା
ମୋ -7693091971


Rate this content
Log in

Similar oriya poem from Inspirational