STORYMIRROR

RAJANIKANT CHOUDHURY

Inspirational

4  

RAJANIKANT CHOUDHURY

Inspirational

(କ୍ଷମା ସାଗର) ରଜନୀକାନ୍ତ ଚୌଧୁରୀ

(କ୍ଷମା ସାଗର) ରଜନୀକାନ୍ତ ଚୌଧୁରୀ

1 min
348

ମୋତେ କରିଦେ ଚନ୍ଦନ ମଥାର ତୋର 
ଛାଡ଼ିଯିବ ପାପ ଯେ ମୋର,
ମୁଁ ଏକା ଆଜି କଳଙ୍କିତ କାପୁରୁଷ 
ପ୍ରାଣ ଯାଉ ପୟରେ ତୋର,।।
ବେଢ଼ା ରେ ତୋର ନିତି ବୁଲୁଥିବି ମୁହିଁ 
ମନରେ ଜପି ନାମ ତୋର,
କାନ୍ଧରେ ଖଣ୍ଡୁଆ ପାଟ ହାତେ ତୁଳସୀ 
ବିତି ଯାଉ ଜୀବନ ମୋର,।।
ଲକ୍ଷ୍ମୀ ଠାକୁରାଣୀ ଯେ ଚାହିଁଛନ୍ତି ମୋତେ 
ଅଧିଆ ପଡ଼ିଛି ଯେ ମୁହିଁ,
ସ୍ଵର୍ଣ୍ଣମୟୀ ଚଞ୍ଚଳା ଠାକୁରାଣୀ ମାଗୋ 
ପ୍ରାଣ ଯାଉ ତୋ ମୁହଁ ଚାହିଁ,।।
ଦୋଷ ମୋର କ୍ଷମା ତୁ କରିଦେ କାଳିଆ 
କ୍ଷମା ସାଗର ହେ ମଣିମା,
ଜୀବନ ଯାକର ଯେତେ ପାପ କରିଛି 
ଲିଭାଇ ଦେବୁ ତୁ ମୋ କାଳିମା,।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational