STORYMIRROR

RAJANIKANT CHOUDHURY

Tragedy

4  

RAJANIKANT CHOUDHURY

Tragedy

**ଅହଙ୍କାର** (ରଜନୀକାନ୍ତ ଚୌଧୁରୀ)

**ଅହଙ୍କାର** (ରଜନୀକାନ୍ତ ଚୌଧୁରୀ)

1 min
14

ସତ କି ମିଛ କିଛି ନାହିଁ ବୋଲି 
ଜଗତ ଜାଣିଛି ଗୁମର,,
ମରିଗଲେ ସବୁ ସରିଯାଏ କି 
ଫୁଲକୁ ପଚାରେ ଭ୍ରମର,।।
ପୁଣ୍ୟର ଏଠି ମୂଲ୍ୟ ନାହିଁ ବୋଲି 
ସତ୍ୟବାଦୀ ଜାଣେ ପାପକୁ,
ସନ୍ନ୍ୟାସୀ ଯେବେ ପାପିଷ୍ଟ ହୁଅଇ 
ଯନ୍ତ୍ରଣା ହୁଏ ଯେ ମନକୁ,।।
ନିଜ ଲୋକେ ଯେ ପର ହୋଇଯାଏ 
ଅଯଥାରେ ଦୋଷ ଦେଇକି,,
ଠିକ୍ ସମୟେ ଭେଳିକି ଦେଖାଏ 
ସମ୍ପତି ପୁଳାଏ ଥାଇକି,।।
ଆମେ ନୁହେଁ ଏଠି ମୁଁ ହୋଇଯାଏ 
ଗର୍ବ ଅହଙ୍କାର ଯେ କରି,,
ବିପଦ ବେଳେ ଦୂରେଇ ଯାଆନ୍ତି 
ନିଜକୁ ଯେ ଅଲଗା କରି,।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy