STORYMIRROR

RAJANIKANT CHOUDHURY

Tragedy

4  

RAJANIKANT CHOUDHURY

Tragedy

ଜୀବନ ନୌକା

ଜୀବନ ନୌକା

1 min
4

ଜୀବନ ନୌକା ଭାସୁଛି 
ଶୁଖିଲା ନଈର ଧାରେ,, 
ବୃଥା ଆଶା କରି ମନରେ 
ନିତି ମରୁଛି ଚିନ୍ତାରେ,।।

କାନ୍ଦିବା ପାଈଁ ନାହିଁ ଲୁହ 
ଶୁଖିଲା ପଡ଼ିଛି ଆଖି,,
ଗୁହାରି କରିଲେ ଯାତନା 
ଈଶ୍ୱର ଏକାଯେ ସାକ୍ଷୀ,।।

ଅଧା ବୟସଯେ ସରିଲା 
ଦୁଃଖ ଯନ୍ତ୍ରଣାରେ ଦିନ,,
ମାଗୁ ନାହିଁ କିଛି ଅଧମ 
ଜଳି ଯାଉଛି ମୋ ମନ,।।

ପ୍ରେମର ବଗିଚା ଲୁଚିଛି 
ଅନ୍ଧାରୀ ଜଙ୍ଗଲ ହାତେ,,
ଗର୍ବ ଆଜି ବଢ଼ି ଯାଇଛି 
ବିପଦ ବୋହୁଛି ସାଥେ,।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy