STORYMIRROR

Birakishore Nayak

Tragedy Inspirational

3  

Birakishore Nayak

Tragedy Inspirational

ଭଡ଼ାଘର

ଭଡ଼ାଘର

1 min
169

କେହି ଯଦି କେବେ ବିଦେଶକୁ ଯାଏ

   ଜୀବନ ଜୀବିକା ପାଇଁ 

ରହିବାକୁ ପଡେ କିଛିଦିନ ସେଠି

  ଭଡା ର ଗୋଟେ ନେଇ |


ଭଡ଼ାଘର ଅଟେ ସ୍ୱତ୍ୱ ଯେ ଅନ୍ୟର

  ଭଡା ଦେବାପାଇଁ ପଡେ 

ଘରର ଚାହିଦା ଅନୁଯାୟୀ ଭଡା

  ରହିବା ପୂର୍ବରୁ ଛିଡେ |


ବଡ଼ ଘର ପାଇଁ ଅଧିକ ତ ଭଡା

  ଦେବାପାଇଁ ପଡିଥାଏ 

ସାନ ଘର ପାଇଁ ଅଳ୍ପ କିଛି ଅର୍ଥ

  ଯାହା ସ୍ଥିର ହୋଇଥାଏ |


ନିଜ ଘର ପରି ମିଳେନା ସେଠାରେ

  କେବେହେଲେ ସ୍ୱାଧୀନତା 

 ମାନି ଚଳିବାକୁ ପଡେ ତ ସେଠାରେ

  ମାଲିକର ସବୁକଥା |


କୋର୍ଟ ରାଜିନାମା କରିବାକୁ ପଡେ

  ଘରଭଡା ନେବାପାଇଁ 

ସମୟ ପୁରିଲେ ଛାଡିବାକୁ ହୁଏ

  ରାଜିନାମା ଅନୁଯାଇ |


ବିଦେଶରେ କେହି ପାଠ ପଢୁଥିଲେ

  ଭଡ଼ାଘର ଦରକାର 

ମେସ ବୋଲି ତାକୁ କୁହାଯାଏ ପରା

  ବାସ ବହୁ ଛାତ୍ରଙ୍କର |


ହେଉ ପଛେ ସିଏ ଭଡ଼ାଘରଟିଏ

  ଆଙ୍କଇ ଅନେକ ସ୍ମୃତି 

କିଛି ଦିନ ପରେ ଲାଗଇ ନିଜର

  ନିଜର ବି ହୁଏ ସାଥି |


ସ୍ନେହ ମମତାରେ ଦିନ ଗଡ଼ିଚାଲେ

  ଅନ୍ତରଙ୍ଗ ସାଥୀମେଳେ 

ପରକୁ ଆପଣା କରେ ଭଡ଼ାଘର

  ନିଭୃତ ହୃଦୟ ତଳେ |


ବିଦେଶ ଜୀବନେ ଆସେ ବହୁବାର

  ନୂଆ ନୂଆ ଭଡ଼ାଘର 

ବଦଳାଇବାକୁ ପରସ୍ଥିତି ନେଇ

  ବାଧ୍ୟ ହୁଏ ବାରମ୍ବାର |


କିଛି ଦିନ ପାଇଁ ହେଉବି ରହଣି

  ଆଶ୍ରୟ ତ ଦେଇଥାଏ 

କେବେ ତ ବେଦନା କେବେ ବି ତ ଖୁସି

  ହୃଦୟରେ ଭରିଥାଏ |



Rate this content
Log in

Similar oriya poem from Tragedy