Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Birakishore Nayak

Inspirational

4  

Birakishore Nayak

Inspirational

ସ୍ୱଚ୍ଛ ଭାରତ

ସ୍ୱଚ୍ଛ ଭାରତ

1 min
216



ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ   

ସ୍ୱଚ୍ଛ ଭାରତର ସ୍ବପ୍ନ,

ଏବେ ବି ସେଦିନ ଆସିନି ଭାରତେ    

ହୋଇନି ସପନ ପୂର୍ଣ୍ଣ |

ସ୍ୱାଧୀନତା ପରେ ଯେତେ ବି ଶାସନ   

ହୋଇଛି ଭାରତ ବର୍ଷେ,

କାହାର ବି ଇଛା ଦୃଢ଼ ହୋଇନାହିଁ   

ହେବାକୁ ଗାନ୍ଧୀଙ୍କ ମତେ |

ବରେଣ୍ୟ ମୋଦିଜୀ ଯେବେ ଭାରତର   

ହୋଇଲେ ପ୍ରଧାନ ମନ୍ତ୍ରୀ,

ସ୍ୱଚ୍ଛ ଭାରତ ର ମିଶନ ଗଢିଲେ    

ଜନତାଙ୍କୁ କରି ସାଥି |

ଗାନ୍ଧିଜୀଙ୍କ ଶୁଭ ଜନ୍ମଦିନେ ଏହା   

ହୋଇଥିଲା ଉଦଘାଟିତ,

ଏବେ ବି ଚାଲୁଚି ସାରା ଭାରତରେ   

ଗ୍ରାମେ ଗ୍ରାମେ ପରିସ୍ଫୁଟ |

ବିଦ୍ୟାଳୟ ଠାରୁ ମହାବିଦ୍ୟାଳୟ   

ଛାତ୍ରରୁ ଶ୍ରମିକ ଯାଏ,

ସଭିଏଁ ନିମଗ୍ନ ଗଢି ତୋଳିବାକୁ   

ସ୍ଵଛତାର ଦେଶଟିଏ |

ଦେଶ ଜାତି ପାଇଁ ମହାନ କାର୍ଯ୍ୟ ଏ    

ବିଶ୍ୱେ ଶ୍ରେଷ୍ଠ ହେବା ପାଇଁ,

ସ୍ୱଛତା ଆଣିବ ଦେଶେ ନିରାମୟ   

ଗାନ୍ଧୀଙ୍କର କୀର୍ତ୍ତି ଗାଇ |  

 


Rate this content
Log in

Similar oriya poem from Inspirational