ବୀରପ୍ରସୂ ଭାରତ ମାତା
ବୀରପ୍ରସୂ ଭାରତ ମାତା


ବୀର ପ୍ରସବିନୀ ମୋ ଭାରତ ମାଆ
ଇତିହାସ ସଦା ଗର୍ବିତେ ଗାଏ,
ବିଦେଶୀ ଶାସକ ସବୁ ପରାଜିତ
ଭାରତ ସର୍ବଦା ବିଜୟ ବହେ |
ଛତ୍ରପତି ଦିନେ ନିଜ ବୀରତ୍ୱରେ
ମୋଗଲ ଶାସନ ଥରାଇ ଥିଲେ,
ରାଣୀ ଲଷ୍ମୀବାଈ ଥିଲେ ବୀରାଙ୍ଗନା
ଇଂରେଜ ବିରୁଦ୍ଧେ ଅସ୍ତ୍ର ତୋଳିଲେ |
ନେତାଜୀ ସୁଭାଷ ବିଦେଶ ମାଟିରୁ
ଦିଲ୍ଲୀ ଚଲୋ ବୋଲି ଦେଲେ ଆହ୍ୱାନ ,
ଥରି ଯାଇଥିଲା ଇଂରେଜ ଶାସନ
ଦେଖି ଭାରତର ଦୀପ୍ତ ସେଦିନ |
ପଞ୍ଜାବ ମାଟିରେ ଜନ୍ମ ନେଇଥିଲେ
ଭଗତ, ଉଦ୍ଧାମ ପରି ସନ୍ତାନ,
ଖେଳିଥିଲେ ହୋଲି ଇଂରେଜୀ ରକତେ
ପ୍ରତିହିଂସା ପାଇଁ ଜାଳି ଜୀବନ |
ଭାରତ ମାଟିର କୋଣେ ଅନୁକୋଣେ
ଜନ୍ମିତ ଯେତେ ବୀର ଜବାନ,
ଶତ୍ରୁ କବଳରୁ ଦେଶର ସୁରକ୍ଷା
କରି ବଳିଦାନ ଦିଏ ଜୀବନ |