STORYMIRROR

Birakishore Nayak

Inspirational

4  

Birakishore Nayak

Inspirational

ଶିଶୁ ସୃଷ୍ଟିର ଉଷା

ଶିଶୁ ସୃଷ୍ଟିର ଉଷା

1 min
227


    

       

ସମଗ୍ର ବିଶ୍ୱରେ ଉଠେ ଉଦଘୋଷ 

      ଶିଶୁ ଯେ ସୃଷ୍ଟିର ଉଷା,

ଏବେ ସିନା କଢି ଫୁଟିବ ଆଗକୁ

      ଦେଖାଇବ ନୂଆ ଦିଶା |

ସାରା ଭାରତରେ ପାଳିତ ହୁଅଇ

     ଶିଶୁମାନଙ୍କର ପର୍ବ,

ଶିଶୁ ଦିବସ ଯେ ନାମଟି ତାହାର

     ଭରେ ପୂଜ୍ୟପୂଜା ଭାବ |

ଜବାହରଲାଲ ନେହେରୁଙ୍କର ଯେ

     ଏ ତିଥି ଜନ୍ମ ଜୟନ୍ତୀ,

ସ୍ୱାଧୀନ ଭାରତେ ହୋଇଥିଲେ ସିଏ

     ପ୍ରଥମ ପ୍ରଧାନମନ୍ତ୍ରୀ |

ଶିଶୁମାନଙ୍କୁ ସେ ଭଲପାଉଥିଲେ

     ନିଜର ସନ୍ତାନ ସମ,

ଶିଶୁମାନଙ୍କର ମଙ୍ଗଳ ନିମନ୍ତେ

     କରିଛନ୍ତି ବହୁକାମ |

ନଭେମ୍ବର ମାସ ଚଉଦ ତାରିଖ

      ଅଟେ ସେହି ଶୁଭ ଦିନ,

ମହା ଆନନ୍ଦରେ ପାଳନ କରଇ

     ସମସ୍ତ ଶିକ୍ଷାନୁଷ୍ଠାନ |

ପୂଜ୍ୟ ନେହେରୁଙ୍କ ତଇଳ ଚିତ୍ରରେ

     ଶୋଭାପାଏ ପୁଷ୍ପହାର,

ଆଭୂମ ପ୍ରଣାମ କରନ୍ତି ସମସ୍ତେ

     ହୁଏ ପୂଜା ଉପଚାର |

ଆଲୋଚନା ହୁଏ ଅଭିଭାଷଣରେ

     ତାଙ୍କର ଅଭୁଲା ସ୍ମୃତି,

 ତାଙ୍କ ତ୍ୟାଗଭରା ଜୀବନ ଭରଇ

    ଶିଶୁଙ୍କ ମନରେ ଭକ୍ତି |

ଅମୃତ ସମାନ ଶିଶୁଙ୍କ ମୁଖରେ

     ଭରେ ହସ ଅସୁମାରୀ,

ମିଷ୍ଟାନ୍ନ ଭୋଜନେ ପାଇଥାନ୍ତି ତୃପ୍ତି

     ଦେଶପ୍ରେମ ହୃଦେ ଭରି |


    

     

      

     

      


Rate this content
Log in

Similar oriya poem from Inspirational