Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Birakishore Nayak

Inspirational

3  

Birakishore Nayak

Inspirational

ଫର ଫର ହୋଇ ଉଡେ ତ୍ରିରଙ୍ଗା

ଫର ଫର ହୋଇ ଉଡେ ତ୍ରିରଙ୍ଗା

1 min
182



ମୋ ଦେଶର ଧ୍ବଜା ତ୍ରିରଙ୍ଗା ଉଡ଼ୁଛି

     ଫର ଫର ହୋଇ ଗରବ ତୋଳି,

ବିଶ୍ୱରେ ଶାନ୍ତିର ବାର୍ତ୍ତା କହିବୁଲେ

      ସରଗଠୁ ସିଏ ମହାନ ବୋଲି ।


ସହିଦ ସ୍ମୃତିରେ ଅଶ୍ରୁ ଢାଳେ ସିଏ

      ତାଙ୍କରି ପାଦରେ ପ୍ରଣତି ବାଢେ,

ଏ ଦେଶର ନିତି ଆଦର୍ଶ ମହତ

      ନିତିଦିନ ସିଏ ରହିଛି ଦୃଢ଼େ ।


ଦେଶର ସୁରକ୍ଷା ପାଇଁ ଦିନରାତି

     ସୀମାରେ ଜଗନ୍ତି ବୀର ଜବାନ,

ସେମାନେ ଗୌରବ ଏ ଜାତିର ପୁଅ

     ପ୍ରତିଜ୍ଞା ତାଙ୍କର ଦେଶ କଲ୍ୟାଣ ।


ମରଣକୁ ଭୟ ନଥାଏ ତାଙ୍କର

      ଦୁର୍ବାର ଗତିରେ ଶତ୍ରୁ ନିପାତେ,

ବଳିଦାନ ତାଙ୍କ ଅମାପ ଅନନ୍ତ

     ଦେଶପ୍ରୀତି ଭରା ତାଙ୍କ ରକତେ ।


ଆମ ସ୍ୱାଧୀନତା ଦିବସ ଆସିଛି

     ଜଗାଇ ଦେଉଛି ହୃଦେ କମ୍ପନ,

କରିବା ଦେଶର ଜୟଗାନ ଆମେ

     ସହିଦ ମାନଙ୍କୁ କରି ସ୍ମରଣ ।

    

      

      



Rate this content
Log in

Similar oriya poem from Inspirational