STORYMIRROR

Barsarani Bal

Inspirational

3  

Barsarani Bal

Inspirational

ଦୃଶ୍ୟତଃ ସମାଜ

ଦୃଶ୍ୟତଃ ସମାଜ

1 min
232


ମନରେ,ପ୍ରାଣରେ, ଲକ୍ଷ୍ୟରେ, କାର୍ଯ୍ୟରେ

ସବୁଠି ଅସ୍ଥିରତା।

ଅନ୍ଧାର ରାତି, ନିବୁଜ କୋଠରୀ

ସବୁଠି ନୀରବତା।

ନାହିଁ କିଛି ଉନ୍ମାଦନା,

ଦୂରେଇ ଯାଇଛି ଚଂଚଳତା, ଚପଳତା।

ଖୋଜିଲେ ମିଳୁନି ଆତ୍ମୀୟତା, ଆନ୍ତରିକତା।

ପାଖେ ନଥାଇ କିଛି 

ପୁଣି ହରେଇବାର ଭୟ ଅନେକ ଏଠି।

ନିର୍ଦ୍ଦୋଷ ହୋଇ ମଧ୍ଯ ନିର୍ଦୟ ସାଜେ ଏଠି ମନ

ନିଷ୍ଠୁର ସମାଜରେ ବାରମ୍ବାର ଲାଞ୍ଛିତ ହେବାର କଷ୍ଟ।

ଏଇତ ମୋ ସମାଜର ଦୃଶ୍ୟ।

ଯେ ଯେତେ ପାପୀ ସେ ସେତେପୂଜ୍ୟ

 ସରଳତା, ସଚ୍ଚୋଟତା ଏଠି ଅପରାଧୀ ସବୁ।

 ସମସ୍ତେ ଏଠି ନିଜନିଜ ସାମ୍ରାଜ୍ୟର ସମ୍ରାଟ।

 କେତେ ଅବା ଆଉ ସହିବ ଏ ଜାତି

ଜାଳିପୋଡ଼ି ହୁଏ ଧ୍ଵଂସ ।

 ମଣିଷ ଭୟରେ ଜଳେ ଆଜି ପିଣ୍ଡ

 ହୁତୁ ହୁତୁ ଯୁଇ ଖଣ୍ଡ ।

ଅଲିଭା ଦୀପରେ

 ଜଳିବ ବା କିଏ ଲିଭିଲା ଦୀପର ଶିଖା ।

ଛୁଇଁ ଦେଉଥିଲେ

 ତାତିଯାଉଥାଏ ଏ ମୋ ହାତପାପୁଲି ର ରେଖା।

ସମାଜ ଆଜି ବଦଳିଛି ବଦଳିଛି ଲୋକଙ୍କ ଚିନ୍ତା

 ଏଇତ ମୋ ସମାଜର ଦୃଶ୍ୟ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational