ମହକ
ମହକ
ଅଗ୍ନିରେ ଯେସନେ ସ୍ବର୍ଣ୍ଣ ବୃଦ୍ଧିକରେ ପ୍ରଜ୍ବଳନ
ପ୍ରସାରେ ତାହାରି ଗୁଣ ହୋଇ ଦଗ୍ଧିତ
ଉତ୍ସର୍ଗ କରି ନିଜକୁ ମହକାଏ ପୃଥିବୀକୁ
ସୁଗୁଣ ପ୍ରଚାରେ ତାର ମୂଳ ଅସ୍ଥିତ୍ୱ
ମାନବତା ଧର୍ମେ ଦୀକ୍ଷିତ
ସଜ୍ଜନ ପାଆଇ ପୂଜା ଧରାରେ ସେତ ll
ପଙ୍କରୁ ଜାତ ପଙ୍କଜ ବାଣ୍ଟିଣ ତାର ସୌନ୍ଦର୍ଯ୍ୟ
ମହକେ ଧରାରେ ପଦ୍ମ ଦେଇ ଦୃଷ୍ଟାନ୍ତ
ପଙ୍କିଳ ନୁହେଁ ତା ଭାଵ ରୂପ ତାର ଅପରୂପ
ଦେବତା ମାନବ ପ୍ରିୟ କୋମଳ ଶାନ୍ତ
ସତ୍ୟର ସାରଥୀ ମାନବ
ସ୍ଥାନ କାଳ ପାତ୍ରେ ଛାଡେ ନାହିଁ ସ୍ଵଭାଵ ll
ବଣର ମଲ୍ଲୀ ସୁବାସ ବଣେ ଫୁଟି ହୁଏ ଶେଷ
ପ୍ରଭୁଙ୍କ ପାଖରେ ସେତ ଲାଗି ହୁଏନା
ମନେ ନାହିଁ ଅବଶୋଷ ଛାଡେନା ତାର ବିଶ୍ୱାସ
ବିତରେ ପ୍ରକୃତି ତାର ନକରି ମନା
ବିବକେ ନରଖି ଲାଳସା
କର୍ତ୍ତବ୍ୟ କରିବା ନର ପାଏ ପ୍ରଂଶସା ll
ଚନ୍ଦନ ବୃକ୍ଷର ଗନ୍ଧ ଗଙ୍ଗ ଶିଉଳି ସୁଗନ୍ଧ
ହେନା ଜୁଇ ଜାଇ ଚମ୍ପା ଗଛ କାମିନୀ
ଆଦର କରେ ଦୁନିଆଁ ମହକେ ସଂସାର ସାରା
ସୁନ୍ଦର ସୁଗନ୍ଧ ପୁଷ୍ପ ମନୋ- ହାରିଣୀ
ସୁଗୁଣୀ ସୁପଥେ ଗମନ
ମହକି ଉଠଇ ବ୍ୟକ୍ତି ପାଇ ସମ୍ମାନ ll
ହଟାଇ କାମନା ବାସନା ଅନୀତି କୁନୀତି ମନା
ସତସଙ୍ଗେ ଥିଲେ ମନ ଚହଟେ ବାସ
ସତ୍ୟ ଧର୍ମ ନ୍ୟାୟ ଗୁଣ ଚରିତ୍ରେ ହେଲେ ଭୂଷଣ
ସବୁରି କଲ୍ୟାଣ ପାଇ ହୁଏ ବିକାଶ
ମହକିତ କରି ସଂସାର
ଦିବ୍ୟର ଆଭାକୁ ବାଣ୍ଟେ ରହି ଅମର ll
