STORYMIRROR

Kalpana Kumari Pradhan

Inspirational

3  

Kalpana Kumari Pradhan

Inspirational

ମାତୃତ୍ୱ ର ସନ୍ଧାନ

ମାତୃତ୍ୱ ର ସନ୍ଧାନ

1 min
176

ସ୍ମିତା ମନ ଗଗନ ଛୁଇଁଛି

   କୋଳ ତା' ପୂରିବ ବୋଲି

ଶୁଣିବ ମା 'ଡାକ କର୍ଣ୍ଣେ

    ହସିବ ସେ ଖିଲିଖିଲି l


ଗର୍ଭ ରେ ତାହାରି ନୂତନ ସୃଷ୍ଟି

    ରହିଛି ଅପେକ୍ଷା କରି

ଧରା ବକ୍ଷରେ ଭୂମିଷ୍ଠ ହୋଇବ

   ଆନନ୍ଦ ମନେ ସଞ୍ଚରି l


ନାରୀ ଜୀବନ ସାର୍ଥକ ହୋଇବ

    ଲଭିଣ ତାକୁ କୋଳେ

ଘର ମୋର ହେବ ମୁଖରିତ

  ତାହାରି ହସ ଖେଳେ l


ଅଜଣା ପୁଲକେ ଅନେକ ସ୍ୱପ୍ନେ

  ହେଉଥାଏ ଭାରି ଅସ୍ଥିର

ଆସିବ କେବେ ନୂତନ ଅତିଥି

     ଅନ୍ତ କରି ଅପେକ୍ଷାର l


ମଳିନ ହୋଇଲା ଉଛୁଳା ମନଟା

  ଭାବି   ଦେଇ  ଶାଶୁକଥା

କାନ୍ତକୁ ମୋହର ଦେଇଣ ଜନମ

   ଲଭିଥିବେ କେତେ ବ୍ୟଥା l


ହୋଇଥିବେ ସେ ଖୁସିରେ ଅଧୀର

   ଦେଖିଣ ତାଙ୍କରି ମୁଖ

ମୁଢ ପଣେ ମୁହିଁ ପାସୋରିଲି

   ମା'ଚରଣେ ଯେଉଁ ସୁଖ l


ଶେଷ ନିଶ୍ୱାସ ଛାଡିଲେ ସେତ

    ନ କରିଣ କେବେ ଅଭିମାନ

ତାଙ୍କରି ମହତ୍ତ୍ୱ ବୁଝିଛି ଆଜି

    ପାଇଛି ମାତୃତ୍ୱ ର ସନ୍ଧାନ l



Rate this content
Log in

Similar oriya poem from Inspirational