STORYMIRROR

Kalpana Kumari Pradhan

Inspirational

4  

Kalpana Kumari Pradhan

Inspirational

ଚକରା ଘାଟିରେ ଦିନେ

ଚକରା ଘାଟିରେ ଦିନେ

1 min
17


ଉଷ୍ମ ମାଟିର ଉଷ୍ମ ପବନ ଧାରେ 
  ଜନମି ଥିଲେ ଚକରା ବିଷୋୟୀ ଦିନେ 
ଘୁମୁସର ଗର୍ବ ହେ ବୀର ସନ୍ତାନ 
    ରଚିଗଲ ଇତିହାସ ବୀରତ୍ୱ ପଣେ l
  ଅଗମ୍ୟ ଅଭେଦ୍ୟ ନିଘଞ୍ଚ ବନାନୀ
     ଚକରା ଘାଟି ତୁମରି ଅଭ୍ୟାସ ସ୍ଥଳୀ 
ଏକତ୍ରିତ ହେଲେ ବୀର ଯୋଦ୍ଧା ଗଣ
     ବିଦ୍ରୋହର ବହ୍ନି ତିବ୍ରେ ଉଠିଲା ଜଳି l
ନିର୍ଭିକ, ଦାମ୍ଭିକ ନିଆରା ରଣ ନୀତି
  ବଢା଼ଉ ଥିଲା ସେ ଗୋରାଙ୍କ ମନେ ଭିତି
 ସଦା ସୁମରି ମା ଠାକୁରାଣୀ ପଦେ
   ଅଭୟ ଦାୟିନୀ ଆଶିଷ ଢାଳନ୍ତି ନିତି l
ମୁଖରିତ ହୁଏ ଗିରି ବନ ଲତା
    ପାହାଡି ଝରଣା କହେ ଅକ୍ଷୟ କୀର୍ତ୍ତି
ଏ ମାଟି ପବିତ୍ର ତୁମରି ପରସେ
ଘୋର ଅରଣ୍ୟ ରେ ତୁମେ ଅଲିଭା ଜ୍ୟୋତି l 
ସୁନ୍ଦର ପ୍ରୟାସ ବିଧାୟକ ଙ୍କର
    ପର୍ଯ୍ୟଟନ ସ୍ଥଳୀ ରୂପେ ହେବ ବିଖ୍ୟାତ
ଚକରା ବିଷୋୟୀ ଓ ଚକରା ଘାଟି
   ଅମର ଗାଥା ଜାଣିବ ସାରା ଜଗତ l
ଆଜି ଏହି ସ୍ଥାନ ପରିଭ୍ରମଣ କାଳେ 
   ଜାଣିଲି,ମାଟିର କେତେ ବୀରତ୍ୱ ଗାଥା 
ଧନ୍ୟ ହୋଇଅଛୁ ମାଟିରେ ଜନମି 
   ଶତ ବାଧାବିଘ୍ନେ ନୁଇଁବ ନାହିଁ ଏ ମଥା l


Rate this content
Log in

Similar oriya poem from Inspirational