STORYMIRROR

ମିତା ପଟନାୟକ

Inspirational

4  

ମିତା ପଟନାୟକ

Inspirational

ଆଶା ଆଉ ପ୍ରାର୍ଥନା

ଆଶା ଆଉ ପ୍ରାର୍ଥନା

1 min
35


ଜାଣ ସବୁ ପ୍ରଶ୍ନର 

ଉତ୍ତର ନଥାଏ,, 

ସବୁ ସହିବାରେ 

ମୁକ୍ତି ନଥାଏ,, 

ସବୁ ପରିସ୍ଥିତିର 

ବିକଳ୍ପ ନଥାଏ 

ସବୁ ଅତ୍ୟାଚାରର 

ଶେଷ ନଥାଏ 

କିନ୍ତୁ ସବୁ କଥାର କାହାଣୀ ଥାଏ 

ଆଉ ସବୁ କାହାଣୀର ଥାଏ ଅତୀତ,, ।


ତଥାପି ବଂଚିବାକୁ ହୁଏ 

ତତଲା ଲୁହକୁ ପିଇ 

ବାଟ ଚାଲିବାକୁ ହୁଏ 

ସବୁ ଅପାରଗ ପଣିଆ ଭିତରେ 

ପାରୁକୁ ପଣର ନିର୍ଭୀଜାଲ ଇଚ୍ଛାର 

ଶେଷ ଦସ୍ତଖତ କୁ ନେଇ 

ଜୀବନ ପାବଛରେ ପାଦ ଥୋଇ 

ଅବୟବ ବୋଲାଉଥିବା ଛାଇ ସହ 

ଚାଲିବାକୁ ହୁଏ ।


ଉଜୁଡି ପଡିଥିବା ବିଶ୍ୱାସ 

ଅଟକି ଯାଇଥିବା ନିଶ୍ୱାସ କୁ 

ଖୁବ ଗୋଟାଏ ପ୍ରସ୍ତୁତି କରିବାକୁ ହୁଏ, 

ରାସ୍ତାର ବାତିଖୁଣ୍ଟ ଗଣିଲା ପରି 

ଜୀବନ ଚିଟାଉର 

ତମାମ ନାମ ବାଚକ ବିଶେଷ୍ୟ 

କ୍ରିୟା ଆଉ କର୍ତ୍ତା ମାନଙ୍କୁ 

ଚିନ୍ହି ପରଖି ମନେରଖି 

ସେମାନଙ୍କ ପସନ୍ଦ ଆଉ ଇଚ୍ଛାର 

ଆଞ୍ଜୁଳି ଟେକି ଦେଉ ଦେଉ 

ନିଜେ ଭୁଲି ଯାଉଥାଏ 

ମୋତେ ଆଉ ମୋ ଅସ୍ତିତ୍ୱ କୁ ।


ତଥାପି ଚାଲୁଥାଏ ଅହରହ 

ଭେଟିବି ନିଶ୍ଚେ ମୋ ଆସନ୍ତା କାଲି କୁ 

ଘନ କଳା ବାଦଲର 

କନ୍ଦାକଟା ପରେ 

ଝଟକିବ ଆଶାର ସୂର୍ଯ୍ୟ 

ବଦଳିବ ପରିବେଶ ଆଉ ପରିସ୍ଥିତି 

କଡ ଲେଉଟାଇବ ଅବସ୍ଥା 

ହେଇଯିବ କାଳେ ସୁବ୍ୟବସ୍ଥା

ଏଇ ବୋଧେ ଆସ୍ଥା 

ମୋ ପ୍ରାର୍ଥନାର ନିଷ୍ଠା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational