STORYMIRROR

ମିତା ପଟନାୟକ

Classics

3  

ମିତା ପଟନାୟକ

Classics

ସମ୍ପର୍କ ଆଉ କଣ କି

ସମ୍ପର୍କ ଆଉ କଣ କି

1 min
253


ଯାହା ହଵାରଥିଲା ବା 

ଯାହା ପାଇବାର ଥିଲା ସବୁ କେମିତି 

କେଉଁଠି ଠିକ ଭୁଲ ର ହିସାବ ଭିତରେ 

ଅଣନିଶ୍ୱାସୀ ହେଇଗଲା ତମାମ ଜୀବନ 

ତୋର ମୋର ଭାଗ ବଣ୍ଟା ରେ 

ମୋ ପଲା ଭାରୀ ହେଉ ହେଉ 

ଛିଣ୍ଡିଗଲା ନିକିତିର ତାର 

ଭାଗ୍ୟ ବାଟକରା ତଳେ ପଡି ଚକ୍କର କାଟୁଥିଲା 

ଯାହାକିଛି ବଳକା ବିଶ୍ଵାସ ପଡିଥିଲା 

ଆରପଟ ପଲା ଉପରେ 

ଦେଖୁଥିଲା ମୋତେ ବିନା ଉଚ୍ଚାରଣ ରେ

ଦାନ୍ତ ଦେଖେଇ ହସୁଥିଲା ମୋତେ ଦେଖି । ।


ସମୟ ଆସୁଥିଲା 

ସମୟ ଯାଉଥିଲା ତା ବାଟରେ ଏଇ ଯେମିତି 

ଦିନ ରେ ଭାତ ରନ୍ଧା ଘର ଲିପା 

ଝାଉଁଳି ପଡିଥିବା ଫୁଲ ଗଛ 'ବି ପଚାରେ ରେ 

ଆଜି ର ବେଳା ନକ୍ଷେତ୍ର ତିଥି ଆଉ ବାର 

ସକାଳ ସୂର୍ଯ୍ୟ ଉଠୁ ଉଠୁ ଦୁଆର ପାଖେ ରାବୁ ଥାଏ 

ସତେ ଯେମିତି ମନେ ପକେଇ ଦେଉଥାଏ 

କାଲି ହେଲା ଆଜି ଅତୀତ 

ଆଜି ହେବ କାଲିକି ଇତିହାସ । ।


ଜୀବନ ଟିପା ଖାତାରେ ଅସଂଖ୍ୟ ଚିଂହା ଅଚିଂହା ମୁହଁ 

କାହାର ଉପସ୍ଥାନ ନିୟମିତ 

ଆଉ କାହାର ଥିବା ନଥିବା 

ସେମିତି କିଛି ବିଶେଷ ଫରକ ବାରି ହୁଏନା 

ହାତ ଗଣତି ସମ୍ପର୍କ ର ପରିଭାଷା 

ମୋର ହେଇ ରହିଥିବା ଅବଶିଷ୍ଟ 

ନାମ କେତେଟା କୁ 

ମିଶେଇ ଫେଡ଼ିବାର ଅଧିକାର କୁ ଅକ୍ତିଆର କରିଛି 

ସେଇ ଜୀବନ ନିକିତି 

କମ ବେଶୀ ର ହିସାବ 

ନେବା ଦେବାର ଗଣତି, 

ଯିବା ଆସିବାର ତାରିଖ

ତାରି ଭିତରେ ଥାଇ ଥାଇ 

ନିଶ୍ୱାସ ନେଉଥାଏ ସମ୍ପର୍କ । ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics