STORYMIRROR

ମିତା ପଟନାୟକ

Inspirational

3  

ମିତା ପଟନାୟକ

Inspirational

ମା ମାଟି ଜନ୍ମଭୂମି

ମା ମାଟି ଜନ୍ମଭୂମି

1 min
126


ଆଜି ପରା ଧରିତ୍ରୀ ଦିବସ  

ପିଲା ବେଳେ ପାଳୁଥିଲୁ 

ଶିଶୁଦିବସ ଆଉ ଗୁରୁ ଦିବସ

ଖୁସି ହଉଥିଲୁ ଆଉ ଖୁସି ବାଣ୍ଟୁଥିଲୁ :::

ମୁଣ୍ଡିଆ ମାରୁଥିଲୁ ::ଆଶିଷ ସାଉଣ୍ଟୁଥିଲୁ 


ଏବେ ତ କ୍ୟାଲେଣ୍ଡର ପୃଷ୍ଟା କମ 

ଦିବସ ବେଶି 

ତାରିଖ କମ 

ଜାକଜମକ ଢେର ;;;;


ବୋଉ ଦିବସ,, 

ଧରିତ୍ରୀ ଦିବସ,, 

ଉତ୍କଳ ଦିବସ,,  

ଗୋଟିଏ ଦିନ 

କିଛି ମୁହୂର୍ତ 

ହାତ ଗଣତି କିଛି ପ୍ରହର 

ଖାଲି ଯାହା ;;

ଚବିଶ ଘଣ୍ଟା ର ହିସାବ 

ଆଉ ତାପରେ ପୁଣି ଅପେକ୍ଷା ଆର ସନ କୁ ;;;


ହେଇପାରେ ସେ ସନ ଆସିଲା ବେଳକୁ 

ବୋଉ ବୋଧେ ଆକାଶର ତାରା ହେଇଥିବ 

ଅବା କାନ୍ଥ ଫୋଟ ରେ ଜୁଳୁ ଜୁଳୁ ହେଇ ଚାହିଁଥିବ ;;

ଧରିତ୍ରୀ ଫାଟି ଥିବ ଜାନକୀ ମାଟିରୁଢ଼ା ହେଇଥିବେ 

ଉତ୍କଳ ମାଟି ନିରବୀ ଯାଇଥିବ.. 

ବୋଉ ;;;;;;;;;

ସେ ପରା ପେଟରେ ସାଇତିଥିଲା

ତା ନାଡୀ ଆଉ ମୋ ନାଭି 

ଯୋଡି ହେଇଥିଲା ;;;

ଛାତିରୁ ଅମୃତ ଢାଳିଥିଲା 

ହାତ ଧରି ଚାଲିବା ଶିଖାଇଲା 

ଥରୁଥିବା ପାଦ କୁ ସ୍ଥିର କଲା 

ଚଂଚଳ ମନ କୁ କଲା କେନ୍ଦ୍ରୀଭୂତ 

ମୁଁ ବଡ ହେଉ ହେଉ ସେ ହେଲା ବୁଢ଼ୀ.. 

ମୁଁ ସ୍ପଷ୍ଟ ଦେଖିଲା ବେଳେ 

ତାକୁ ସବୁ ଅସ୍ପଷ୍ଠ ଦିଶୁଥିଲା 

ମୁଁ ଅଣ୍ଟା ସଳଖି ଠିଆ ହେଲା ବେଳେ 

ପଡିଗଲା ତା ଅଣ୍ଟା ;;;;

ମୋ ମାଟି ମା.. 

ତାରି ଛାତି ରେ ପ୍ରଥମ ପାଦ ଥାପି ଥିଲି 

ବଡ଼ ହେଲି,, ସବୁ ବୁଝିଲି 

ଅଥଚ ତାକୁ ଛାଡି ପ୍ରବାସୀ ହେଲି.. 

ଶୁଣିଥିଲି ଇଶ୍ୱର ନିଜ ସାଦୃଶ୍ୟ ରେ 

ମା କୁ ଗଢିଲେ ::::;

ତେବେ ସେ ଇଶ୍ଵରୀୟ ଦେଵୀ ପାଇଁ 

କେବଳ ଗୋଟିଏ ଦିନ ;;;

ବୋଉ ତ ଚାହେଁନା କିଛି କେବେ ;;;

ତେବେ ପ୍ରତି ଦିନର ଆରମ୍ଭରେ 

ନୀରବରେ ମାଥା ପାତିଦେଲେ ବୋଧେ 

ଆଉଁଶି ଦିଅନ୍ତା ଆଉ ଥରେ 

ଯେମିତି ସାଉଁଳି ଦେଉଥିଲା ମୋ ଶୈଶବରେ :::

ମୋ ପିଲାଦିନେ,,, 

ଫେରି ଆସନ୍ତାକି ସେ ପୁରୁଣା ଦିନ 

ପୁଣି ଥରେ ଗାଇବି.. 

ତୁମ ପାରି ଛୋଟ ପିଲାଟିଏ 

ଗାଁ ଚାହାଳୀ ର ଚାଟ ସିଏ....... 




Rate this content
Log in

Similar oriya poem from Inspirational